ଚଇତି -୨୫ କ୍ରୀଡା ୱାକଥନ ପ୍ରତିଯୋଗିତା ଅନୁଷ୍ଠିତ "ବହୁ ବରିଷ୍ଠ ନାଗରିକ ଯୋଗଦେଲେ"
ରାୟଗଡା, ୧୧/୧୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି -୨୦୨୫’ ପାଳନ ଉପଲେକ୍ଷ ଗତ ୧୧/୧୨/୨୫ରିଖ ଠାରୁ ଆରମ୍ଭ ହୋଇଛି ଚଇତି କ୍ରୀଡା ମହୋତ୍ସବ | ୩୨୬ ନମ୍ବର ଜାତୀୟ ରାଜପଥ କୋରାପୁଟ ଛକରୁ ବରିଷ୍ଠ ନାଗରିକ ମାନଙ୍କର ପlଦଚlଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ସାମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଚଇତି କ୍ରୀଡା ଉପସମିତିର ଅଧକ୍ଷ ଚନ୍ଦ୍ର କାନ୍ତ ମାଝୀ, ଡି.ଆଇ.ପି.ଆର.ଓ ଶ୍ରୀ ବସନ୍ତ କୁମାର ପ୍ରଧାନ, କ୍ରୀଡା ଅଧିକାରୀ ଶେଖ୍ ଆଲେନୁର, ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ କୋରାପୁଟ ଛକରୁ କାଟିଲାଗୁଡା ମା ତାରିଣୀ ପୀଠ ପର୍ଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ଯାଏଁ ପୁରୁଷ ମହିଳା ବର୍ଗର ୫୦ବର୍ଷରୁ ୬୦ ବର୍ଷ ଓ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ ବର୍ଗ ମଧ୍ୟରେ ୱାକଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏଥିରେ ବହୁ ପ୍ରତିଯୋଗୀ ନିଜ ନାମ ପଞ୍ଜିକୃତ କରି ମିନି ୱାକଥନରେ ସାମିଲ ହୋଇଥିଲେ | ଉଭୟ ବର୍ଗରେ ପ୍ରଥମରୁ ପଞ୍ଚମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ପ୍ରକାଶ କରିଥିଲେ | ୫୦ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ବର୍ଗରେ ଚିତ୍ତରଞ୍ଜନ ରଥ,ପ୍ରଥମ, ଦ୍ଵିତୀୟରେ ବୁଧୁରାମ ମହାନ୍ତ, ତୃତୀୟରେ ହରିଶ ଚନ୍ଦ୍ର ସାହୁ, ଚତୁର୍ଥରେ ସୁବାଷ ଚନ୍ଦ୍ର ବାରିକ ଓ ହର ପ୍ରସାଦ ନlଲା ପଞ୍ଚମ ସ୍ଥାନରେ ରହିଥିବା ବେଳେ ୫୦ ଉର୍ଦ୍ଧ୍ୱ ମହିଳା ବର୍ଗରେ ଶିକ୍ଷୟତ୍ରୀ ସୁଜାତା ମାଦଳା ପ୍ରଥମ ସ୍ଥାନରେ, ସୁଜାତା ବାରିକ ଦ୍ଵିତୀୟରେ,ଓ ସୁଲତା ପ୍ରଧାନ ତୃତୀୟରେ,ସ୍ଥାନ ହାସଲ କରିଥିଲେ l ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ୱ ପ୍ରତିଯୋଗିତାରେ ଟ୍ରପତି ପଣ୍ଡା ପ୍ରଥମ, ମହମଦ ଅବାଡୁଲା ଅଳିଯାନ ଦ୍ବିତୀୟ, ସତ୍ୟନାରାୟଣ ମିଶ୍ର, ତୃତୀୟ, ଗୁଡଲା ଭେଣକାତରଣ ଚତୁର୍ଥ ଓ ଡ଼ଃ ବାବୁରାମ ମହାନ୍ତି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି | ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଆଜିଠାରୁ ଭଲିବଲ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି l