ଓଁ ଶାନ୍ତି ସେବା କେନ୍ଦ୍ରର ବାର୍ଷିକ ଉତ୍ସବ
କର୍ଲାମୁଣ୍ଡା, (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓଁ ଶାନ୍ତି ସେବା କେନ୍ଦ୍ରର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ପ୍ରଜାପିତା ବ୍ରହ୍ମା କୁମାରୀ ଈଶରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କୁଶୁର୍ଲା ଗ୍ରାମରେ ଏହି ଶିକ୍ଷା ଆରମ୍ଭ ହୋଇ ଆଜିକୁ ୫ ବର୍ଷ ଧରି ସେବାକରିବା ଉଦେଶ୍ୟରେ ବାର୍ଷିକ ଉତ୍ସବ ପାଳନ କରିବା ସହିତ ଏକ ସୁନ୍ଦର ଶାନ୍ତି ପଦ ଯାତ୍ରାର ମଧ୍ୟ ଉଦେଶ୍ୟ ଥାଇକି ସାରା ବିଶ୍ୱ ରେ ବିଶ୍ୱ ଭାତୃ ଭାବନା ଆଣିବା ଦୁଃଖ, ଅଶାନ୍ତି, ଚିନ୍ତା, ରୋଗ ରୁ ମୁକ୍ତ ହୋଇ ସୁନ୍ଦର ଦୈବୀ ଦୁନିଆ ଏହି ଧରାପୃଷ୍ଠ ରେ ଦୈବୀ ଦୁନିଆ ସହିତ ସେହି ରାମ ରାଜ୍ୟ ଶ୍ରୀ ଲକ୍ଷ୍ମୀ, ଶ୍ରୀ ନାରାୟଣ ସହିତ ଦୁନିଆ ଆଣିବା ଏବଂ ନିଶା ମୁକ୍ତ ହୋଇ ନିଶ୍ଚିନ୍ତ ଜୀବନ ଯାପନ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସହର ସବଜନ ରୁ ବିକେ ବ୍ରହ୍ମାକୁମାରୀ ରାଜଯୋଗିନୀ ନମିତା ଦିଦି ଜୀ, ବିକେ ଗୀତା ଦିଦି, ବିକେ ମମତା ଦିଦି,ବିକେ ଗିରିଶ ଭାଇ, ବିକେ ଶିବାନୀ ଦିଦି କର୍ଲାମୁଣ୍ଡାରୁ ବିକେ କୋଦଣ୍ଡ ଭାଇ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ଭାଇ ଭଉଣୀ ଗଣ ଏବଂ କୁଶୁର୍ଲା ସଂଚାଳିକା ବ୍ରହ୍ମାକୁମାରୀ ରେବତୀ ଭଉଣୀ ସୁଚାରୁ ରୂପରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ କଳାହାଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଚରିତା ମହାପାତ୍ର, କୁଶୁର୍ଲା ଗ୍ରାମ ମୁଖିଆ ଜନ୍ମେଜୟ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଲୋକନାଥ ଦାସ, ହେମସାଗର ସାହୁ, ଶଶିକାନ୍ତ ରଣା ଉପସ୍ଥିତ ରହି ଅନୁଭୂତି ସହିତ ଆଗକୁ ଆମେ ଏହିପରି ରାଜଯୋଗ ଗ୍ରହଣ କରିବା ଆବଶ୍ୟକ ବୋଲି ମତାମତ ଦେଇଥିଲେ। ଏହି କାର୍ଯ୍ୟକ୍ରମଟି ଗଣ୍ଡାଦୀପ ସାହୁଙ୍କ ପରିସରରେ ଆୟୋଜନ କରାଯାଇଥିଲା। ଶେଷରେ ବିକେ କୁସୁମ ମଞ୍ଜରୀ ପଣ୍ଡା, ବିକେ ମମତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ