Hot Posts

6/recent/ticker-posts

ଟେମରୀ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ସମାପନ

ପାଇକମାଳ, ୧୭/୧୨ ( କୃଷ୍ଣ ଚନ୍ଦ୍ର ସାହୁ ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଉଚ୍ଚ ବିଦ୍ୟାଳୟ ରେ ତା. 12.12.25 ରୁ 13.12.25 ରିଖ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ସମାପନ ହୋଇଯାଇଛି l ପ୍ରଥମ ଦିନ ଉଦ୍ଘାଟନୀ ଉତ୍ସବରେ ଟେମରୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିଲ୍ଲିପ କୁମାର ବେହେରା ଯୋଗଦେଇ ଦୀପ ପ୍ରଜ୍ବଳନ ପରେ ଖେଳ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଉଦଯାପନୀ ଉତ୍ସବରେ ସୋଢ଼ା ଗ୍ରାମ ର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀମାନ୍ ଟଙ୍କଧର ପ୍ରଧାନ ଯୋଗ ଦେଇ ଖେଳ ପତାକା ଅବତରଣ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ପ୍ରଧାନ ଶିକ୍ଷକ ଡ଼ୋଲାମଣୀ ଭୋଇ, ସହକାରୀ ଶିକ୍ଷକ ପ୍ରଭାତ କୁମାର ସାହୁ, ଉସତଲାଲ ବେଣ୍ଟକାର, ପ୍ରଦ୍ୟୁମ୍ନ ବରିହା, ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଯାଜ୍ଞସେନୀ ସାହୁ, ମମତା ଭୁଏ, ତୃପ୍ତିମୟୀ ଧରୁଆ କିରାଣୀ ସୁମନ୍ତ ଧରୁଆ, ସେବିକା ସୁବାସିନି ବାରିକ ଆଦି ସହଯୋଗ କରିଥିଲେ ଏବଂ ଏହି ଖେଳ ପ୍ରତିଯୋଗିତା କୁ ଝେଙ୍ଗନାଡ଼ିହି ର ଖେଳ ଶିକ୍ଷକ ଅକ୍ଷୟ ସାହୁ ପରିଚାଳନା କରିଥିଲେ l 




ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ