Hot Posts

6/recent/ticker-posts

ଶିତ ଦିନେ ମନେ ପଡ଼େ ୩ ଜଳପ୍ରପାତ

ଝରିଗାଁ, ୧୬/୧୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ୩ ପ୍ରମୂଖ ଜଳପ୍ରପାତ ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଛି। ଏହି ୩ଟି ଜଳପ୍ରପାତର ପ୍ରାକୃତିକ ସୌନ୍ଦଯ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ।ବିଶେଷ କରି ଶିତ ଦିନେ ଏଇ ଜଳପ୍ରପାତ ଗୁଡ଼ିକରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରର୍ଯ୍ୟଟକଙ୍କ ଭିଡ ଜମିଥାଏ । କିନ୍ତୁ ଆଦ୍ଯାବଧି ଦୁଇଟି ଜଳପ୍ରପାତ କୁ ପର୍ଯ୍ୟଟନର ମାନ୍ୟାତ ମିଳି ନ ଥିବା ବେଳେ ପାରି ପାର୍ଶ୍ଵିକ ବିକାଶ ଦିଗରେ ସରକାର ଦୃଷ୍ଟି ଦେଉ ନାହାନ୍ତି । ସେହିପରି ଅନ୍ୟଟି ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇବା ପରେ ମଧ୍ୟ ଭିତ୍ତିଭୂମି ବିକାଶ ଅସମ୍ପୁର୍ଣ୍ଣ ଅବସ୍ତାରେ ପଡିରହିଛି। ଫଳରେ ପର୍ଯ୍ୟଟକଙ୍କ ମହଲାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଝରିଗାଁ ବ୍ଲକ ସଦର ମହକୁମା ଠାରୁ ମାତ୍ର ୫କିଲୋମିଟର ଯିବା ପରେ ଦେଖିବାକୁ ମିଳିଥାଏ। ଗୋସେଇଁଧାରା ଜଳପ୍ରପାତ ଝରଝରିଗାଁ ଠାରୁ ବରା ଗୁଡ଼ା ଏବଂ ପରେ ଝ ଳାଗୁଡା ଗ୍ରାମରୁ 1କିଲୋମିଟର ଦୂରରେ ଏହି ଜଳପ୍ରପାତ ପଡେ | ଝଲାଗୁଡ଼ା ପର୍ଯ୍ୟନ୍ତ ପକ୍କା ରାସ୍ତା ଥିବାବେଳେ ସେଠାରୁ ରାସ୍ତା ନ ଥିବା ଯୋ ଯୋଗୁଁ ପର୍ଯ୍ୟଟକ ମାନଙ୍କୁ ଜଙ୍ଗଲି ଓ ପାହାଡ଼ି ରାସ୍ତା ଦେଇ ଯିବାକୁ ପଡିଥାଏ। କିନ୍ତୁ ଜଳପ୍ରପାତ ନିକଟରେ ପହଞ୍ଚିବା ପରେ ପ୍ରର୍ଯ୍ୟଟକଙ୍କ କଷ୍ଟ ଲାଘବ ହୋଇ ଥାଏ । ଏଠାରୁ ପାହାଡ଼ ଉପରୁ ପ୍ରାୟ ୮୦ ଫୁଟ ତଳକୁ ପାଣି ଖସୁଛି । ସେହିପରି ଜଳପ୍ରପାତ ନିକଟରେ ସ୍ଥାନିୟ ଲୋକଙ୍କ ତରଫରୁ ଏକ ଅସ୍ଥାୟୀ ଶିବ ମନ୍ଦିର ନିର୍ମାଣ କରାଯାଇଛି। ବିଶେଷକରି ଏଠାରେ ସନ୍ଧ୍ୟା ସମୟରେ ଦୃଶ୍ୟ ଅତି ମନୋରମା ପାହାଡ଼ ଉପରୁ ଖାସୁଥିବା ପାଣି ଉପରେ ଅସ୍ତଗାମୀ ସୂର୍ଯ୍ୟକିରଣ ପଡି ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରିଥାଏ। ଏଠାରେ ଛୋଟ ଭଡ ୭ଟି ଜଳ ପ୍ରପାତ ରହିଛି। ଅନ୍ୟା ଏକ ଜଳପ୍ରପାତ ହେଲା ସାହିଧାରା କୁଟ୍ରି ଚାପରେ ପଞ୍ଚାୟତ ଅଧିନରେ ଥିବା ଏହି ଜଳ ପ୍ରପାତ ନିକଟରେ ପହଞ୍ଚିବା ପାଇଁ ୮କିଲୋମିଟର ଯିବାକୁ ହୋଇ ଥାଏ । ବାଣି ଆଗୁଡ଼ା ଗାଁ ଦେଇ ରାସ୍ତା ନଥିବା ଯୋଗୁଁ ପ୍ରାୟ ଏକ କିଲୋମିଟର ଚାଲି ଚାଲି ଯିବା ପରେ ସୌନ୍ଦର୍ଯ୍ୟ ଭରା ଏହି ଜଳ ପ୍ରପାତ ପଡ଼େ । ଏଠାରେ ଏକ ବିରାଟ ପତର ଦେହର ଫିଟି ହୋଇ ୪୦ ଫୁଟ ତଳକୁ ପାଣି ପଡ଼ିଥାଏ। ଏହାର ଆଖପାଖ ରେ ମଧ୍ୟ ଛୋଟ ଛୋଟ ଝରଣା ରହିଛି । ଏଠାରେ ଏକ ଜଳ କୁଣ୍ଡ ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏଠାରେ ଭୀମ ଙ୍କ ପାଦଚିହ୍ନସହ ଗଦା ଚିହ୍ନ ମଧ୍ୟ ରହିଛି । ସେହିପରି ରାରାମଙ୍କ ପାଦ ଚିହ୍ନ ରହିଥିବା ଲୋକେ କହିଛନ୍ତି । କିନ୍ତୁ ଏହି ପର୍ଯ୍ୟଟନ ସ୍ଥଳୀ ସରକାରଙ୍କ ଅବହେଲା ଯୋଗୁଁ ଲୋକ ଲୋଚନକୁ ଆସିପାରୁନାହିଁ। ଝରିଗାଁ ବ୍ଲକ ବଡଟେମରା ପଞ୍ଚାୟତ ରେ ଥିବା ଚନ୍ଦନ ଧାରା ଜଳପ୍ରପାତର ସୌନ୍ଦଯ୍ୟ ବେଶ ମନୋରମ ତତ୍କାଳୀନ ନବରଙ୍ଗପୁର ଜିଲ୍ଲା ପାଳ ଅରବିନ୍ଦ ପାଢୀ ପଞ୍ଚାୟତ ବାସୀଙ୍କ ଆର୍ଥିକ ସହାୟତା ସ୍ଥାନୀୟ ଲୋକ ପ୍ରତିନିଧି ଓ ପର୍ଯ୍ୟଟନ ବିଭାଗ ଅନୁଦାନ ପ୍ରଧାନ ପରେ ମନ୍ଦିର ସହ ପାର୍ଶ୍ଵ ମନ୍ଦିର ଆଲୋକକରଣ ସହ ଭିତ୍ତିଭୂମର ବିକାଶ ଆରମ୍ଭ ହୋଇଥିଲା । ଚନ୍ଦନ ଧାରା ଶୈବପିଠ ଘଞ୍ଚ ଜଙ୍ଗଳ ଭିତରେ ରହିଥିବା ବେଳେ ଅତି ଆକର୍ଷନ ଶୈବପୀଠ ନିର୍ମାଣ ହୋଇଛି। ସେହିପରି ଶୈବ ପୀଠ ଠାରୁ କିଛି ଦୂରରେ ରହିଛି ମା' ପର୍ବତୀଙ୍କ ମନ୍ଦିର ମା ପାର୍ବତୀଙ୍କ ମନ୍ଦିର ଯିବା ପାଇଁ ଭକ୍ତ ମାନଙ୍କୁ ୧୨୧ ପାହାଚ ତଳକୁ ଯିବଯିବାକୁ ପଡ଼େ । ସେଠାରେ ପତର ଗୁମ୍ଫା ମଧ୍ୟରେ ପାର୍ବତୀ ମନ୍ଦିର ରହିଛି। ଯାହାକି ଭକ୍ତ ମାନଙ୍କୁ ଆକୃଷ୍ଟ କରୁଛି । ସେହିପରି ଶୈବ ପୀଠ ଠାରୁ କିଛି ଦ୍ଵରରେ ଜଙ୍ଗଳ ମଧ୍ୟରେ ରହିଛି ବନଦୁର୍ଗା ମନ୍ଦିର ୧୦୧ ପାହାଚ ତଳକୁ ଏବଂ ୫୧ ପାହାଚ ଉପରକୁ ଯିବାପରେ ବନଦୁର୍ଗା ମନ୍ଦିର ରହିଛି। ସେହିପରି ୩୧ ପାହାଚ ଅତିକ୍ରମ କଲା ପରେ ଚଣ୍ଡୀ ମନ୍ଦିର ରହିଛି। ଶୈବପୀଠର ଠିକ ସମ୍ମାନାରେ ଅଛି ବଡ ଗଣେଶ ମନ୍ଦିର। ସେହିପରି କମିଟି ପକ୍ଷରୁ ଭୋଜିଭାତ ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷ କରି ପ୍ରର୍ଯ୍ୟଟକ ମାନକ ଚନ୍ଦନ ଧାରା ଜଳପ୍ରପାତ ଏବଂ ଆକୃଷ୍ଟ କରୁଛି । ସୁସ୍ଥ ପରିବେଶ ମଧ୍ ମଧ୍ୟରେ ପର୍ଯ୍ୟଟକ ମାନକ ଭିଡ଼ ପରିଲକ୍ଷିତ ହୋଇଥାଏ । ତେବେ ଛୋଟ ଛୋଟ ଶିଶୁ ମାନଙ୍କ ପାଇଁ ପାର୍କ ଏବଂ ଲୋକମାନଙ୍କ ପାଇଁ କୈଲାଣ ମଣ୍ଡପ ଅସମ୍ପୁର୍ଣ୍ଣି ଅବସ୍ଥାରେ ପଡିରହିଛି । ସେହିପରି ପାର୍ବତୀ ମନ୍ଦିର ଯିବା ପାଇଁ କୌଣସି ବ୍ୟବସ୍ଥା ହୋଇ ନ ଥିବା ଯୋଗୁଁ ପର୍ଯ୍ୟଟକ ମାନେ ଅସୁରକ୍ଷିତ କାଠ ବିଜ୍ରରେ ଯାତାୟାତ କରୁଛନ୍ତି । ସେହିପରି ପ୍ରାର୍ବତୀ ମନ୍ଦିର ଠାରୁ ଜଳ ପ୍ରପାତ ଯିବା ପାଇଁ ପାହାଚ ନିର୍ମାଣ ହୋଇ ନ ଥିବା ଯୋଗଯୋଗାଁ ଯାତାୟତ ସମସ୍ୟା ହେଉଛି । ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ପାନ୍ଥ ନିର୍ମାଣ ବ୍ୟବସ୍ଥା ନେଇ କୌଣସି ପଦକ୍ଷେ ଗ୍ରହଣ କରାଯାଇନାହିଁ। ସବୁଠାରୁ ମୂଖ୍ୟ ସମସ୍ୟା ଏଠାରେ କୌଣସି ନେଟୱର୍କ ନଥିବା ଯୋଗାଁ ପ୍ରର୍ଯ୍ୟଟକମାନେ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଆକୃତିକ ସୌନ୍ଦର୍ଯ୍ୟଭରା ଏହି 3 ଟି ଜଳ ପ୍ରପାତର ବିକାଶ ଦିଗରେ ସରକାର ଦୃଷ୍ଟି ଦେଲେ ପ୍ରର୍ଯ୍ୟଟକଙ୍କୁ ଏହା ବେଶ ଆକୃଷ୍ଟ ହେଇ ପାରିବ ବୋଲି ଅଞ୍ଚଳ ବାସୀ କହିଛନ୍ତି।