Hot Posts

6/recent/ticker-posts

ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୬ତମ ସମ୍ବିଧାନ ଦିବସ ପାଳିତ

କନ୍ଧମାଳ,  ୨୬/୧୧ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସଦର ମହକୁମା ସ୍ଥିତ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖଜୁରୀପଡ଼ା ଠାରେ ଆଜି ୭୬ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି । ଉକ୍ତ ଦିବସରେ ବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଶ୍ରୀ ପ୍ରମୋଦ କୁମାର ନାୟକ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସମ୍ବିଧାନ ର ଗଠନ ଓ କାର୍ଯ୍ୟକାରିତା ଏବଂ ଡ଼ଃ ବି. ଆର୍. ଆମ୍ବେଦକରଙ୍କ ଭୂମିକା ଉପରେ ତାଙ୍କର ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବାସୁଦେବ ସାହୁ, ରଶ୍ମୀ ରଞ୍ଜନ ଲେଙ୍କା, ସନ୍ତୋସିନୀ ସାହୁ, ରଞ୍ଜନ କୁମାର ବେହେରା, ରାମ ପଣ୍ଡା, ବୈବ ବେହେରା, ସୀତା ପ୍ରଧାନ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।