ବେଆଇନ ବାଲି ଖାଦାନରେ ପୁଲିସ ଚଢ଼ଉ, ୫ଗାଡ଼ି ଜବତ
ବରୀ, ୧୮/୧୧ ( ରଂଜିତ ମହାନ୍ତି ) : ବରୀ ତହସିଲ ଅଧୀନରେ ୨୦ରୁ ୨୫ଟି ବଆଇନ ବାଲି ଖାଦାନ ଚାଲିଥିବାବେଳେ ତହସିଲ ପକ୍ଷରୁ ଏହି ଖାଦାନକୁ ଉପେ କରାଯାଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ ଅଭିଯେ ଭିଯୋଗକ୍ରମେ ବରୀ ପୁ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଭଅଁରା ପ ପଞ୍ଚାୟତ ଭୁରୁଙ୍ଗା ଙ୍ଗା ଘାଟରୁ ଟ୍ରାକ୍ଟର ସହ ଗୋଟିଏ ଜେସିବି ମେସିନ ଜବତ କରାଯାଇଛି। ମହାକାଳପଡ଼ା ବରୀ ତହସିଲ ଅଧୀନସ୍ଥ ମହା ଘାଟ ନବୀକରଣ କରା ନଯାଇ । ମେସିନ ସାହାଯ୍ୟରେ ବାଲି ଉଠାଣ କରାଯିବା ସହ ଦୈନନ୍ଦିନ ଶହ ଶହ ଟ୍ରିପ୍ ବାଲି କେନ୍ଦ୍ରାପଡ଼ା ଜିଲାକୁ ନୀଳାପଦା ପୋଲ ବାଟେ ଯାଉଥିବା ଅଭିଯୋଗ ହେଉଛି। ମାତ୍ର ଏଠାରେ ପ୍ରଶାସନ ପହଞ୍ଚି ପାରୁ ନାହିଁ । ବେଆଇନ ବାଲି ଚାଲାଣ ହେଉଥିବାର ଆଞ୍ଚଳିକ ସ୍ତରରେ ବିରୋଧ ମଧ୍ଯ କରାଯାଉଛି। ଗୋଟିଏ ଜିଲାରୁ ଖଣିଜ ସମ୍ପଦ ଆଉ ଗୋଟିଏ ଜିଲାକୁ ଲୁଟ୍ ହେଉଥିବାବେଳେ ଖଣି ଉପ ନି ନିର୍ଦ୍ଦେଶକ ତଥା ତହସିଲଦାର ବରୀ କ'ଣ ପାଇଁ ନିରବଦ୍ରଷ୍ଟା ସାଜିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଏହି ତହସିଲ ଅଧୀନସ୍ଥ ସ୍ବାଇଁଖଣ୍ଡ, ଈଶାଣପୁର, ମଧୁସୂଦନପୁର, ମାଟିଆପଡ଼ା ଆଦି ଅଞ୍ଚଳରେ ମଧ୍ୟ ବେଆଇନ ବାଲି ଲୁଟ୍ କରାଯାଉଛି । କାଇପଡ଼ା ଘାଟ ସରକାରୀ ସ୍ତରରେ ନିଲାମ କରାଯାଇଥିଲେ ବି ସେ ମଧ୍ୟ ଆବଶ୍ୟକୀୟ କାଗଜପତ୍ର ସଠିକ୍ ସମୟରେ ପ୍ରଦାନ କରିପାରୁ ନାହିଁ ବୋଲି ତହସିଲ ପକ୍ଷରୁ କୁହାଯାଇଛି।