ବାଲି ଖାଦାନରେ ଚଢ଼ଉ
ବରୀ, ୨୦/୧୧ ( ରଂଜିତ ମହାନ୍ତି ) : ଯାଜପୁର ଖଣି ଖଣି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ବଟ ବରୀ ଅଞ୍ଚଳରେ ରହିଥିବା ଚୋରା ବାଲି ଖାଦାନକୁ ଅଣଦେଖା କରାଯାଉଥିଲା। ନିକଟରେ ବରୀ ପୁଲିସ ପକ୍ଷରୁ ବେଆଇନ ବାଲି । ଖାଦାନ ଉପରେ ଚଢ଼ଉ କରି ଚାରୋଟି ଟ୍ରାକ୍ଟର ସହିତ ଗୋଟିଏ ଜେସିବି ମେସିନ ଜବତ କଲାପରେ ଖଣି କାର୍ଯ୍ୟାଳୟ ତତ୍ପରତା ପ୍ରକାଶ କରିଥିଲା। ଗତକାଲି ମଙ୍ଗଳବାର ଖଣି ନିର୍ଦ୍ଦେଶକଙ୍କ କର୍ମଚାରୀମାନେ ଆସି ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗୋଳକୁଣ୍ଡ ପଞ୍ଚାୟତ ବ୍ରାହ୍ମଣୀ ନଦୀରେ ବେଆଇନ ବାଲି । ଖାଦାନ ଉପରେ ଚଢ଼ାଉ କରିଥିଲେ। ବିଭାଗୀୟ ଅନୁରୋଧ କ୍ରମେ ବରୀ ପୁଲିସ ପକ୍ଷରୁ କର୍ମଚାରୀ ସହାୟତା ତା କରଯାଇଥିଲା। କର୍ମଚାରୀମାନେ ନଈ ଭିତରକୁ ପ୍ରବେଶ କରିବା ରିବା ଦେଖା ଦେଖ୍ ଗୋଟିଏ ବାଲି ବୋଝେଇ ଓ ଗୋଟି ଟିଏ ଖାଲି ଟ୍ରାକ୍ଟର ଦୌଡ଼ିବା ଆରମ୍ଭ କରିଥିଲେ। ଟ୍ରାକ୍ଟର ଦୁଇଟିର ବେଗ ଏତେ ଯୋର ଥୁଲା ଯେ କର୍ମଚାରୀ ମାନେ ତାକୁ ପିଛା କରି ପାରି ନଥିଲେ । ତେବେ ତେବେ ଉପସ୍ଥିତ ପସ୍ଥିତ ପୁଲିସ କର୍ମଚାରୀ ଓ ଖଣି କର୍ମଚାରୀ ଜେ ସିବି ନିକଟ ରେ ପହଞ୍ଚିଥିଲେ। ଟ୍ରାକ୍ଟର ଦୌଡ଼ି ଦୌଡ଼ିବା, ଖଣି ଓ ଓ ପୁଲିସ କର୍ମଚାରୀ ପହଞ୍ଚିବା ଆଦି ।ଦି ଖବର ପାଇ ସ୍ଥାନୀୟ ଲୋକମାନେ ନଈ ବନ୍ଧ ଉ ଉପରେ ପହଞ୍ଚି ଭିଡ଼ ଜମାଇଥିଲେ। ଏହି ସମୟରେ ଜେସିବି ଚାଳକ ନିଜ ଫୋନ ଯୋଗେ ଖଣି କର୍ମଚାରୀଙ୍କୁ ନିଜ ମାଲିକଙ୍କ ସହ ଗୋପନରେ କଥା କରାଇଥିଲେ। ପ ସମସ୍ତ କର୍ମଚାରୀ ମାନେ ନଦୀରୁ ଫେରି ଆସିଥିଲେ। । ପରେ ଘଟଣା ସମ୍ପର୍କରେ ବରୀ ଥାନା ଅଧିକାରୀ ରୀ ଜ୍ୟୋତିର୍ମୟୀ ସେଠୀଙ୍କୁ ପଚାରିବାରେ କନିଷ୍ଠ ଖଣି ଅଧିକାରୀଙ୍କ ସୂଚନା କ୍ରମେ ଆମେ କର୍ମଚାରୀ ପଠାଇଥୂଳୁ ରଥିଲୁ । ଯେହେତୁ ଏହା ସୀମାନ୍ତ ଅଞ୍ଚଳ ହୁଏତ ଜେସିବିକୁ ସଦର ଥାନାରେ ଜିମା ଦେଇପାରିଥାନ୍ତି ବୋଲି କହିଛନ୍ତି। ଛନ୍ତି। ଅନୁରୂପ ଭାବେ ବ୍ରହ୍ମବରଦା ଥାନରେ ଜେସିବି ଥାଇପାରେ ବୋଲି ସଦର ଥାନା ସୂଚନା ଦେଇଥିଲାବେଳେ ବରଦା ଥାନାରେ ରେ କିଛି ଜିମା ନାହିଁ ବୋଲି ଥାନା ପକ୍ଷରୁ କୁହାଯାଇଛି। କନିଷ୍ଠ ଖଣି ଅଧୂକାରୀଙ୍କୁ ଏ ବିଷୟରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ।