ନିଆଁ ରେ ପୋଡି ଶିଶୁ କନ୍ୟା ମୃତ
କଳାହାଣ୍ଡି, ୨୦/୧୧ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଁଲି ଗ୍ରାମ ରେ ଚୁଲି ନିଆଁ ରେ ପୋଡି ହୋଇ ଚିକିତ୍ସା ଧୀନ ଅବସ୍ଥାରେ ଜଣେ ଶିଶୁକନ୍ୟା ର ମୃତ୍ୟୁ ହୋଇଛି। ସୂଚନା ମତେ ଆଇଁଲି ଗ୍ରାମ ର ଧନୁର୍ଯ୍ୟ ରାଉତ ଙ୍କ ୪ ବର୍ଷ ର ଶିଶୁ କନ୍ୟା ବୁଧବାର ସକାଳେ ଘର ବାରଣ୍ଡାରେ ଥିବା ଏକ ଚୁଲି ରେ ଥିବା ନିଆଁ ରେ ଅସାବଧାନତା ଯୋଗୁଁ ନିଆଁ ରେ ପୋଡି ଗୁରୁତର ହେବାପରେ ପରିବାର ଲୋକେ କୋକସରା ମେଡ଼ିକାଲ ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଶିଶୁ ର ଅବସ୍ଥା ଜଟିଳ ଥିବାରୁ ଡାକ୍ତର ତାକୁ ବୁର୍ଲା ମେଡ଼ିକାଲ କୁ ଉଚ୍ଚତର ଚିକିତ୍ସା ପାଇଁ ରେଫର କରିଥିଲେ, ଶିଶୁ କୁ ବୁର୍ଲା ନେଉଥିବା ବାଟରେ ଶିଶୁ କନ୍ୟା ର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ପରେ ମୃତ ଶିଶୁ ର ଶବ କୁ ପରିବାର ଲୋକେ ଗାଁ କୁ ଆଣିଥିବା ବେଳେ ଶିଶୁ ର ଦୁଃଖଦ ମୃତ୍ୟୁ ରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ