Hot Posts

6/recent/ticker-posts

ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର

କନ୍ଧମାଳ, ୩/୧୧ ( ଅଚ୍ୟୁତ ଜାନି ) : ଆଜି ବିଶ୍ୱ ମିତବ୍ୟୟିତା ଦିବସ ଓ ସଞ୍ଚୟ ପକ୍ଷ ପାଳନ ଅବସରରେ ଏକ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଜିଲ୍ଲା ଟ୍ରେଜେରି ଅଫିସ ପ୍ରାଙ୍ଗଣରେ ଆୟୋଜନ କରାଯାଇଥିଲା । ଏଠାରେ ଜିଲ୍ଲା ଟ୍ରେଜେରି ଅଧିକାରୀ ଶ୍ରୀ ବିଭୁତି ଭୂଷଣ ରାଉତ , ଉପ ଡାକ ଅଧିକ୍ଷକ କିଶୋର ନାୟକ, ଆରକ୍ଷୀ ଅଧିକ୍ଷକ ଓ ସାଇବର୍ ସୁରକ୍ଷା ନୀରିକ୍ଷକ ଶ୍ରୀମତୀ ଗେଲ୍ଲୀ କୁମାରୀ ସାହୁ ଅତିଥି ଭାବରେ ଉପସ୍ଥିତ ଥିଲେ। ଏହି ଶିବିରରେ କନ୍ଧମାଳ ଜିଲ୍ଲାର ସରକାରୀ ପେନସନ ଭୋଗୀ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ । ଉପ ଡାକ ଅଧିକ୍ଷକ କିଶୋର ନାୟକ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ବିଷୟରେ ଶ୍ରୋତାଧିକାରୀ ମାନଙ୍କୁ ଦୃଷ୍ଟିପାତ କରିଥିଲେ ।
ମୁଖ୍ୟତ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାର ପ୍ରଚାର ଓ ପ୍ରସାର କରାଯାଇଥିଲା । ଆରକ୍ଷୀ ଅଧିକ୍ଷକ ଓ ସାଇବର୍ ସୁରକ୍ଷା ନୀରିକ୍ଷକ ଶ୍ରୀମତୀ ଗେଲ୍ଲୀ କୁମାରୀ ସାହୁ ଏଠାରେ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କୁ ସାଇବର ଠକେଇ ରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ ବିଷୟରେ ଅବଗତ କରାଇଥିଲେ । ଉକ୍ତ ବୈଠକଟି ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ବିଜୟ ଚନ୍ଦ୍ର ପାଳ ପରିଚାଳନା କରିଥିଲେ ଓ ବରିଷ୍ଠ ନାଗରିକମାନକୁ ନିମ୍ନ ଲିଖିତ ବାର୍ତ୍ତା ଦେଇଥିଲେ ଯଥା “ସଞ୍ଚୟ ହେଉଛି ବୟସ୍କ ଜୀବନର ଆଶା ଅସୁବିଧା ସମୟର ସାହା ଭରସା”, “ପାଆନ୍ତୁ ପେନସନ୍ ଛାଡନ୍ତୁ ଟେନସନ୍ କରନ୍ତୁ ସ୍ୱଳ୍ପ ସଞ୍ଚୟ ଯୋଜନା”, “Make the rest of your life the best of your life” ।