Hot Posts

6/recent/ticker-posts

କାର୍ତ୍ତିକ ମାସର ଶେଷ ସୋମବାର ସମସ୍ତ ଶୈବ ପୀଠ ଚଳ ଚଞ୍ଚଳ

କନ୍ଧମାଳ,  ୩/୧୧ ( ଅଚ୍ୟୁତ ଜାନି ) : କାର୍ତ୍ତିକ ମାସ ପୂଣ୍ୟ ମାସ ଏହି ମାସରେ ପଞ୍ଚକ ପାଞ୍ଚଦିନ ପାଳନ କରିଥାନ୍ତି । ତଦ୍ ସହିତ କାର୍ତ୍ତିକ ମାସର ଚାରୋଟି ସୋମବାର ଦିନ ପ୍ରତ୍ୟେକ ଶୈବପୀଠରେ ଭକ୍ତ ଦର୍ଶନ କରିବା ପାଇଁ ଗହଳି ହୋଇଥାନ୍ତି । ଏହି ପରିପ୍ରେକ୍ଷୀରେ ଆଜି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ପଡାର ଖଜୁରୀପଡ଼ା, ବଲସକୁମ୍ପା, ସମେତ ବିଭିନ୍ନ ଶୈବପୀଠରେ ଶେଷ ସୋମବାର ଦର୍ଶନ ପାଇଁ ଭିଡ଼ ହୋଇଥିବା ବେଳେ ଚକାପାଦ ବ୍ଲକ ଅନ୍ତର୍ଗତ ଚକାପାଦ ଠାରେ ଥିବା ତ୍ରିଶମ୍ଭୁ ଠାକୁର ବାବା ବିରୁପାକ୍ଷ, ବାବା ଆନନ୍ଦେଶ୍ୱର, ବାବା ଯୋଗେଶ୍ୱର ଙ୍କ ନିକଟରେ ଏବଂ ଲାଇନପଡ଼ା ନିକଟରେ ଥିବା ବାବା ବରଡ଼ା ବାଲୁଙ୍କେଶ୍ୱର ମନ୍ଦିରରେ ଭକ୍ତଙ୍କର ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।ଆଜି କାର୍ତିକ ମାସ ଶେଷ ସୋମବାର ହୋଇଥିବାରୁ ହଜାର ହଜାର ଭକ୍ତ ଶାନ୍ତି ଶୃଙ୍ଖଳାର ସହିତ ଧାଡ଼ି ବାନ୍ଧି ଠି ହୋଇ ଜଣକ ପରେ ଜଣେ ପ୍ରଭୁଙ୍କର ଦର୍ଶକ କରିବା ସହିତ ପ୍ରଭୁଙ୍କର ଆଶୀର୍ବାଦ କୃପା ଲାଭ କରିଥିଲେ। ପ୍ରସିଦ୍ଧ ଶୈବ ପୀଠ ଚକାପାଦ ଠାରେ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଏହି ଭକ୍ତଙ୍କ ଭିଡକୁ । ଆଖି ଆଗରେ ରଖି ଚକାପାଦ ପୋଲିସ ଏବଂ ଲାଇନପଡ଼ା ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ ।