ଉନ୍ନତମାନର ପ୍ରଜନନ ବୋଦା ପ୍ରଦର୍ଶନୀ
କଳାହାଣ୍ଡି, ୧୯/୧୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଉନ୍ନତମାନର ବୋଦା ପାଳନ କରି ଗ୍ରାମାଞ୍ଚଳରେ ଜଣେ ଉଦ୍ୟୋଗୀ ଭାବେ ଅତିରିକ୍ତ ରୋଜଗାର କରିବାର ଏକ ପ୍ରୟାସ। କର୍ତ୍ତବ୍ୟ ଓ ରିଲାଏନ୍ସ ଫାଉଣ୍ଡେସନ ର ମିଳିତ ସହଯୋଗରେ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଛଞ୍ଚାନବାହାଲି ଗ୍ରାମପଞ୍ଚାୟତ ଅଧିନସ୍ଥ ବେହେରାଗୁଡା ଗ୍ରାମ ଠାରେ ଉନ୍ନତମାନର ପ୍ରଜନନ ବୋଦା ପ୍ରଦର୍ଶନୀ ଆୟୋଜିତ ହୋଇ ଯାଇଛି। କର୍ମଶାଳରେ ୮୦ ରୁ ଉର୍ଦ୍ଧ ଛେଳି ଚାଷୀ ଓ ୮ ଜଣ ବୋଦା ଉଦ୍ୟୋଗୀ ଅଂଶ ଗ୍ରହଣ କରିଥିଲେ । ଉପଖଣ୍ଡ ପ୍ରାଣୀ ବିଭାଗ ଧର୍ମଗଡ଼ ରୁ ଶ୍ରୀ ଦିଲୀପ କୁମାର ପାଢ଼ୀ ଶ୍ରୀ ସୁଶୀଲ କୁମାର ବେହେରା STT DRIWE ଓ ଡ଼ି ପି ଏମ୍ ଶ୍ରୀ ଦେବେନ୍ଦ୍ର କୁମାର ପଟେଲ ରିଲାଏନ୍ସ ଫାଉଣ୍ଡେସନ, ସରପଞ୍ଚ ଶ୍ରୀମତୀ ପ୍ରୀତି ବେମାଲ, ଗ୍ରାମ ବିକାଶ ସମିତି ସଭ୍ୟ ଶ୍ରୀ ଚଉବନ ପୋଡ଼ ଓ ଜୟନ୍ତପୁର, ଧନପୁର ଗ୍ରାମପଞ୍ଚାୟତ ର ୱାର୍ଡ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ବୋଦା ର ସ୍ୱାସ୍ଥ୍ୟ ପରୀକ୍ଷା, ଉକୃଷ୍ଠ ବୋଦାର ଗୁଣ ସମୂହ ଓ ତାର ଚିକିତ୍ସା, ଏକ ବୋଦା ସଂଗଠନ କରି ପ୍ରତ୍ୟେକ ଛେଳି ଚାଷୀକୁ ସେବା ଯୋଗାଈଦେବା ଉପରେ ଆଲୋକ ପାତ କରିଥିଲେ ଓ ଆଗକୁ ବୃହତ ଭାବେ ଅନୁପାଳନ କରି ସାଧାରଣ ପରିବାର ର ଛେଳି ଉତ୍ପାଦନ ରେ ସହାୟକ ହେବା ସହିତ ପାରିବାରିକ ଆୟ ବୃଦ୍ଧି ଉପରେ ଉତ୍ସାହିତ କରିଥିଲେ । ସାଧାରଣ ଜୀବନ ଜୀବିକା ର ଉର୍ନତି ମାର୍ଗ କୁ ପ୍ରବର୍ତ୍ତଇବା ଭଳି ଏକ ପଦକ୍ଷେପକୁ ସାଧାରଣ ରେ କର୍ତ୍ତବ୍ୟ ଓ ରିଲାଏନ୍ସ ଫାଉଣ୍ଡେସନ କୁ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମକୁ ଶ୍ରୀ ନିରାକାର ଦଣ୍ଡସେନା ପ୍ରକଳ୍ପ ସଂଯୋଜକ କର୍ତ୍ତବ୍ୟ ପରିଚାଳନା କରିଥିବା ବେଳେ ନିରଞ୍ଜନ ବଡନାୟକ MIS,ସଦାନନ୍ଦ ନାଗ, ଗୋବର୍ଧନ ପୋଡ଼ ଓ କପିଳେନ୍ଦ୍ର ପୋଡ଼ ସହଯୋଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ