ଆଇନଜିବୀ ଙ୍କ ମାତୃ ବିୟୋଗ
ବରୀ, ୧୯/୧୧ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ କଳାମାଟିଆ ପଞ୍ଚାୟତ ର ଆଇନଜିବୀ ବିରଜା ପ୍ରସାଦ ପରିଡା ଙ୍କ ମାତୃ ଦେବୀ ଡାଳିମ୍ବ ପରିଡା ଙ୍କ (84) ବର୍ଷ ବୟସ ରେ ଶନିବାର ରାତିରେ ବିୟୋଗ ଘଟିଛି। ଏନେଇ ସମଗ୍ର୍ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି। ଶେଷ ଦର୍ଶନ ପାଇଁ ବରୀ ର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ବରିଷ୍ଠ ସାମ୍ବାଦିକ ବାଞ୍ଛାନିଧି ସାହୁ, ବରିଷ୍ଠ ଭାଜପା ନେତା ଦେବେନ୍ଦ୍ର ଦାସ, ପୂର୍ବତନ ସମିତି ସଭ୍ଯ ପ୍ରଶାନ୍ତ କୁମାର ସାହୁ, ଆଇନଜୀବୀ ହରିଶ୍ଚନ୍ଦ୍ର ଧଳ ପ୍ରମୂଖ ଉପସ୍ଥିତ ରହି ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ଵର୍ଗତ ଆତ୍ମାର ସଦ୍ଗତିଃ କାମନା କରିଥିଲେ।ଏଭଳି ଦୁଃଖଦ ସମୟରେ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି। ଗ୍ରାମର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ସ୍ଵର୍ଗତ ଆତ୍ମା ର ସଦ୍ଗତିଃ କାମନା କରିଥିଲେ।ଶେଷରେ ଗ୍ରାମ ପରିକ୍ରମା କରାଯାଇ ନିଜ ଗ୍ରାମ ଶମଶାନ ରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି।