Hot Posts

6/recent/ticker-posts

ଭୂମିର ଉର୍ବରତା ନଷ୍ଟ କରୁଛି ନୀଳଗିରି ଚାଷ

ଝରିଗାଁ, ୨୦/୧୧ (ନକୁଳ ଭତ୍ରା) - ଝରିଗାଁ ବ୍ଳକର ବିଭିନ୍ନ ଅଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛି । ନୀଳଗିରି ଚାଷ ସ୍ବଳ୍ପ ଖର୍ଚ୍ଚ , ଅଳ୍ପ ପରିଶ୍ରମ ଓ କମ ପାଣିରେ ଚାଷ ହେବା ସହ ଅଧିକ ଲାଭ ହେଉଥିବା ରୁ ଚାଷୀମାନେ ଆଖି ବୁଜି ବ୍ୟାପକ ସଜମାଣରେ ଚାଷ କରୁଛନ୍ତି। ମକା ଓ ହରଡ ହେଉଥିବା ଡଙ୍ଗର ଜମିରେ ଏବେ ନୀଳଗିରି ଚାଷ ଗୁରୁତ୍ଵ ଦେଉଛନ୍ତି। ଏହା ଦ୍ଵାରା ଭୂମିର ଉର୍ବରତା ହ୍ରାସ ପାଇବା ସହ ଭୂତଳ ଜଳ ସ୍ତର କ୍ଷୀପ୍ର ଗତିରେ କମିବାର ଲାଗିଛି। ଚାଷ ହେଉଥିବା ଜମି ନଷ୍ଟ ହେଉଥିବା ବେଳେ ଆଖ ପାଖ ଜମି ପୋଖରୀ ନଦୀ କୂଅ ଜଳ ନୀଳଗିରି, ଗଛ ଶୋଷି ନେଉଛି। ଏହାକୁ ଅଞ୍ଚଳର ପରିବେଶ ବିଦ୍ ଉଦବେଗ ପ୍ରକାଶ କରିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ପ୍ରକାର ୧ ଏକର ଜମିରେ ନୀଳଗିରି ଚାଷ ପାଇଁ ସର୍ବାଦିକ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଥରେ ଗଛ ଲାଗିବା ପରେ ୨୦ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନ ଦେଉଛି । ପ୍ରତି ୪-୫ ବର୍ଷରେ ଗଛ କଟା ଯାଇ ବିକ୍ରି କରାଯାଉଛି। ଏକର ପ୍ରତି ୧ ଲକ୍ଷରୁ ଅଧିକ ଟଙ୍କା ଚାଷୀ ଆୟ କରିପାରୁଛିନ୍ତି । ଅନ୍ୟ ପକ୍ଷେ ମକା ଚାଷ ଏକ ର ପ୍ରତି ୨୦ - ୨୨ ହଜାର ଟଙ୍କା ଖଟ୍ଟ ହେଉଥିବା ବେଳେ ଅମଳ ପରେ ୪୦ ହଜାର ଟଙ୍କା ମିଳିପାରୁଛି । ଖର୍ଚ ଯାହା ହେଉଛି । ତାର ଏକ ଗୁଣାହଁ ଏଥିରୁ ମିଳିପାରୁଛି। ଝଡବର୍ଷା ଟାଣ ଖରା କୁଆପତର ପ୍ରଭାବରେ ମକା ଚାଷ କ୍ଷତିଗ୍ରସ୍ତ ହେଉଥିବାରୁ ଚାଷୀ ଏଥି ପ୍ରତି ଆଗ୍ରହ ଦେଖାଉଛନ୍ତି। ବିଶେଷକରି ଉମର କୋଟ , ରାଇଘର,ଓ ଝରିଗାଁ ବ୍ଳକରେ ନୀଳଗିରି ଚାଷ ବ୍ୟାପକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଦଲାଲମାନେ ଚାଷୀକୁ ଅଧିକ ଲୋଭର ଲାଳସା ଦେଖାଇ ନୀଳଗିରି ଚାଷ କବାକୁ ପ୍ରବର୍ତ୍ତାଉଛନ୍ତି । ଆଉ କେତେକ ସ୍ଥାନରେ ଦଲାଲମାନେ ଟଙ୍କା ଲୋଭ ଦେଖାଇ ଲିଜ ଆକାରେ ଜମି ନେଇ ଏହି ଚାଷ କରୁଛନ୍ତି। ଝରିଗାଁ ବ୍ଲକ କୃଷି ଅଧିକାରୀ ସୁନୀତା ସିଂହ କହିଛନ୍ତି। ଆର୍ଥିକ ଦୃଷ୍ଟିରୁ ଚାଷ ଲାଭ ପାଉଛନ୍ତ। ସତ ହେଲେ ଏହା ଅଞ୍ଚଳର ଅନ୍ୟ ଖାଦ୍ୟ ସୁରକ୍ଷାକୁ ପ୍ରଭାବିତ କରିବ ଗୋଟିଏ ଗଛ ଦିନକୁ ୫୦ ରୁ ୧୦୦ ଲିଟର ପର୍ଯ୍ୟନ୍ତ ପାଣି ଶୋଷୁଛି । ଏହାର ପତ୍ର ପଡ଼ି ଜମିର ପୋଷକ ତତ୍ତ୍ଵ ମଧ୍ୟ ନଷ୍ଟ ହେଉଛି। ସମୟ ଆସିବ ଜମି ବାଞ୍ଚ ଅବସ୍ଥାକୁ ଚାଲିଯିବ ବୋଲି ସେ କହିଛନ୍ତି। ସୂଚନା ଥାଉକି , ବ୍ଳକରେ ଏବେ ୫ ଶହରୁ ୭ ଶହ ହେକ୍ଟର ଜମିରେ ନୀଳଗିରି, ଚାଷ ହେଉଛି। ଏ ସମ୍ପର୍କରେ ଉଦ୍ୟାନ ବିଭାଗ ଅଧିକାରୀ ଜିନ୍ ଲିଙ୍କନ ମେହେର କହିଛନ୍ତି। ନୀଳଗିରି ପରବତ୍ତେ କାଜୁ , ଆମ୍ବ, ପଣସ, ନଡ଼ିଆ, କଦଳୀ, ତାଳ, ଗୁଆ, ଆଦି ଗଛ ଲଗାଇ ଯନ୍ ନେଲେ ଚାଷୀଙ୍କ ଆର୍ଥିକ ପ୍ରଗତି ହେବା ସହ ପରିବେଶ ଠିକ ରହିବ ଏହାର ପ୍ରତି କାର ନକଲେ ଜମିର ଜୈବବିଭିଧତା ହ୍ରାସ ପାଇବବୋଲି ଶ୍ରୀ ଲିଙ୍କନ କହିଛନ୍ତ କହିଛନ୍ତି।