ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଉମରକୋଟ ରେ ଏକତା ପଦଯାତ୍ରା
ଉମରକୋଟ, ୨୦/୧୧ ( ନକୁଳ ଭତ୍ରା ) : ଗତକାଲି ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଉମରକୋଟ ରେ ଏକତା ପଦଯାତ୍ରା ଅନୁଷ୍ଠିତ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଯାଇଛି ଏକତା ପଦଯାତ୍ରା । ଏହି ଅବସରରେ ବଡ଼ବରଣ୍ଡି ସ୍ଥିତ ସହିଦ ବଗା ପୂଜାରୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ପଦ ଯାତ୍ରା ବଡ଼ବରଣ୍ଡି ଠାରୁ ଆରମ୍ଭ ହୋଇ ଉମରକୋଟ ସ୍ଥିତ ଡି ଏନ୍ କେ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ବିଭିନ୍ନ ସ୍କୁଲ୍ ର ଶତାଧିକ ଛାତ୍ର ଛାତ୍ରୀ ତଥା ଯୁବକ ଓ ସ୍ୱେଚ୍ଛା ସେବୀ ଯୋଗଦାନ କରିଥିଲେ । ଡି ଏନ୍ କେ ପଡିଆ ରେ ଏକ ବିଶାଳ ସଭା ର ଆୟୋଜନ କରାଯାଇଥିଲା । ଏହି ସଭା ରେ ବିଜେପି ର ରାଜ୍ୟ ଉପସଭାପତି ରମେଶ ସାହୁ , ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା , ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ବିଧାୟକ ପ୍ରତିନିଧି ଅଶୋକ ପାଡ଼ି, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଆନୁଗୁଲିଆ ତଥା ଅନେକ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏହି ସଭlରେ ଉପସ୍ଥିତ ଅତିଥି ମାନେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜୀବନୀ ଓ ଭାରତ ବର୍ଷ ପ୍ରତି ତାଙ୍କର ଅବଦାନ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ତଥା ଏକତା ସହିତ ଭାରତ ବର୍ଷକୁ ଏକ ବଳିଷ୍ଠ ରାଷ୍ଟ୍ର ନିର୍ମାଣ କରିବାକୁ ଆହ୍ବାନ ଦେଇଥିଲେ ।
ଝରିଗାଁ ରୁ ନକୁଳ ଭତ୍ରା ଙ୍କ ରିପୋର୍ଟ