ଅଧାରେ ରହିଗଲା ଦାମ୍ପତ୍ୟ ଜୀବନ, ଶାଶୂର ନିର୍ଯ୍ୟାତନା ସହି ନପାରି ଫାଶୀ ଲଗାଇ ଜୀବନ ହାରିଲେ ମହିଳା ।
କଳାହାଣ୍ଡି, ୨୫/୧୧ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପତିଗୁଡ଼ାଗାଁର ଏକ ନବବିବାହିତା ବୋହୂ ନିଜର ଶାଶୂ ଓ ଦେଢ଼ଶାଶୂର ନିର୍ଯ୍ୟାତନା ସହି ନପାରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଅଛି। ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ଗାଁ ର ରୁବୀ ଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ରୁବି ଗାଁର ସତ୍ୟବାଦୀ ବିଶୀ ଙ୍କୁ ଗତ ୮ ମାସ ତଳେ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ନିଜର ଶାଶୁ ଓ ଦେଢ଼ଶାଶୁ ତାଙ୍କୁ ନିର୍ଯ୍ୟାତନା ଦେଇଆସୁଥିଲେ। ଶେଷରେ ସେ ସହି ନ ପାରି ଆତ୍ମହତ୍ୟା ଭଳି ଚରମ ପନ୍ଥା ଅପଣେଇଛନ୍ତି ରୁବି। ଯାହାକୁ ନେଇ ରୁବିର ବାପା ଘର ଲୋକେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ତାଙ୍କ ଝିଅକୁ ନିର୍ଯ୍ୟାତନା ହୋଇଥିବା ସେମାନେ କହିଛନ୍ତି । ବର୍ତ୍ତମାନ ପୋଲିସ ଶବ ଜବତ କରି ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ଶବଗୃହ ରେ ରଖିଛି ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ