Hot Posts

6/recent/ticker-posts

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ୨୦୨୫ ଉଦଘାଟନ

ଉମରକୋଟ, ୨୫/୧୧ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଦୁର୍ଗମ ଅଞ୍ଚଳରେ ଥିବା ଐତିହାସିକ ପିଠ ପୋଡାଗଡ ଠାରେ ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ୨୦୨୫ ଉଦଘାଟଣ ହୋଇଯାଇଛି । ପୋଡ଼ାଗଡ ଭୈରବ ମନ୍ଦିର ରେ ବିଦ୍ଧିବଧ ଭାବେ ପୂଜାର୍ଚନା ପରେ ଏକ ବିରାଟ ମଶାଳ ଶୋଭାଯାତ୍ରା ବାହାରୀ ଆଦିବାସୀ ପାରମ୍ପରିକ ଲାଟି, ପାଲକି ,ନୃତ୍ୟ, ଗୀତରେ ତାଳେ ତାଳେ ମଣ୍ଡେଇ ଭଟ୍ଟା ନିକଟରେ ପହଞ୍ଚିଥିଲେ। ଜିଲ୍ଲା ପାଳ ମହେଶ୍ଵର ସ୍ଵାଇଁଙ୍କ ସଭାପତିତ୍ଵରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜଙ୍ଗଳ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉପସ୍ଥିତ ରହିଥିବା ବେଳେ ସମ୍ମାନିୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରିଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ପୂର୍ବତନ ସାଂସଦ ପର୍ଶୁରାମ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) .ବିଶ୍ଵଜିତ ବରମନ, ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ତପନ କୁମାର ଖୁଣ୍ଟିଆ, କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଜି ନାରାୟଣ ବନ , ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣୀ ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ମନୋଜ କୁମାର ମେହେର, କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିକ୍ଷଦ ଉମରକୋଟ ଆଲୋକ କୁମାର ଅନୁଗୁଲିଆ, ଅଧ୍ୟକ୍ଷା ସୁଶୀଳ। ମାଟୀ, ଅଧ୍ୟକ୍ଷା ପୌର ପରିଷଦ ଉମରକୋଟ ରାଧା ଭତରା, ମୁନା ତ୍ରିପାଠୀ, ପ୍ରମୁଖ ମଞ୍ଚାସିନ ରହିଥିଲେ। ପ୍ରକୃତି ସଂସ୍କିତର ଗନ୍ଥା ଘର ହେଉଛି ନବରଙ୍ଗପୁର ମାଟି ସଂସ୍କୃତି ପରମ୍ପରା ପାଇଁ ଆମେ ଗର୍ବ ଅନୁଭବ କରୁ ନବରଙ୍ଗପୁର ପରମ୍ପରା ସଂସ୍କୃତିକୁ ବିଜେଇ ରଖିବା ସହ ଏହାକୁ ଯେମିତି ସବୁଦିନ ପାଇଁ ଉଦଜିବିତ ରଖିବା ତାହାର ଉଦ୍ଦେଶ୍ୟ ହେଉଛି । ଏହି ମଣ୍ଡେଇ ମହୋତ୍ସବ ବୋଲି ମାନ୍ୟବର ମନ୍ତ୍ରୀ ଗଣ୍ଡ ନିଜ ଅଭିଭାଷାଣରେ ରଖିଥିଲେ ଏଥିରେ ବରିଷ୍ଠ ନେତୃବର୍ଗ ମାତୃଶକ୍ତି ବୃଦ୍ଧି ଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।