କାମ୍ବ୍ରିକିଆ କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ
ଚକାପାଦ: ୨୦/୧୧ (ବାଳକୃଷ୍ଣ କହଁର) : ଚକାପାଦ ବ୍ଲକ ଆରାବାକା ପଞ୍ଚାୟତ କାବାଲାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ତିନି ଦିନିଆ କାମ୍ବ୍ରିକିଆ କ୍ଲଷ୍ଟର ସ୍ତରିୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦେଇ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କାମ୍ବ୍ରିକିଆ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପବିତ୍ରା ପ୍ରଧାନ ଯୋଗ ଦେଇଥିଲେ। ଏଥିରେ ୮ ଟି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ୍ ନେଇଥିଲେ। ପ୍ରଶିକ୍ଷଣ ଭାବେ ପୁରୁଷୋତ୍ତମ ଦିଗାଲ, ପ୍ରତାପ ଘଡେ଼ଇ, ପ୍ରମୋଦ ନାୟକ, ମୋତିଲାଲ୍ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯକ୍ରମ କୁ ସିଆରସିସି ନରସିଂହ ଡାକୁଆ ପରିଚାଳନା କରିଥିଲେ ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ।