Hot Posts

6/recent/ticker-posts

ଚିରନିଦ୍ରାରେ ସୋଇଗଲେ ଅଙ୍ଗନୱାଡି କର୍ମୀ — ଅଞ୍ଚଳରେ ଶୋକର ଛାୟା

ସିନାପାଲି, ୨୦/୧୧ ( ସୁରେଶ ମହାନନ୍ଦ) : ସିନାପାଲି ବ୍ଲକ ଅନ୍ତର୍ଗତ ଡ଼ଙ୍ଗାରୀଗୁଡା ଗ୍ରାମ ର ଅଙ୍ଗନୱାଡି କର୍ମୀ ଶ୍ରୀମତୀ କୁନ୍ତୀ ଦୁରିଆ ଙ୍କ ଅଚାନକ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଛାଇଥିବା ବିବରଣୀ ମିଳିଛି। ମୃତକ ଦୁଇଦିନ ଧରି ଖରିଆର ମିଶନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଗତ ମଙ୍ଗଳ ବାର ଦିନ ସନ୍ଧ୍ୟା ୫ ଘ ରେ ଚିରନିଦ୍ରାରେ ଲୀନ ହୋଇଛନ୍ତି। ସୂତ୍ର ଅନୁସାରେ, ସେ କିଛି ଦିନ ଧରି ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ଶାରୀରିକ ଅସୁସ୍ଥତା ବଢ଼ିବା ସହିତ ପରିବାର ଲୋକେ ତାଙ୍କୁ ହସ୍ପିଟାଲକୁ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ଚେଷ୍ଟା ସତ୍ତେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ମୃତକ ଦୀର୍ଘ ବର୍ଷ ଧରି ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ। ଗାଁର ଶିଶୁ ଓ ମାତୃମାନଙ୍କ ପାଇଁ ତାଙ୍କର ସେବା ଓ ନିଷ୍ଠାକୁ ଲୋକେ ଏବେ ମଧ୍ୟ ସ୍ମରଣ କରୁଛନ୍ତି। ତାଙ୍କ ଦେହାନ୍ତରେ ସହକର୍ମୀ, ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନରେ ଶୋକ ପ୍ରକାଶ ଦେଖାଯାଇଛି। ପରିବାର ପକ୍ଷରୁ କୁହାଯାଇଛି ଯେ, ତାଙ୍କୁ ଗାଁର ଶ୍ମଶାନ ଘାଟରେ ଶେଷ ସଂସ୍କାର କରାଯାଇଥିଲା। ଅନେକ ଲୋକ ତାଙ୍କ ଶବଯାତ୍ରାରେ ଯୋଗ ଦେଇ ତାଙ୍କର ଅମର ଆତ୍ମା କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପରିବାର ପ୍ରତି ଅଞ୍ଚଳବାଶି ଶୋକ ସମବେଦନା ଜଣାଇଛନ୍ତି।