କଳାହାଣ୍ଡି ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ୨୦୨୫-୨୬ ଉଦ୍ଯାପିତ
କର୍ଲାମୁଣ୍ଡା, ୦୩/୧୧ ( ସୁଶାନ୍ତ ରଣା ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଅନ୍ତର୍ଗତ ତେରେସିଂହା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା କଳାହାଣ୍ଡି ଜିଲ୍ଲା ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତିଯୋଗିତା ୨୦୨୫-୨୬ ସୋମବାର ଉଦ୍ଯାପିତ ହୋଇଯାଇଛି I ଆୟୋଜିତ ଉଦ୍ଯାପନୀ ସମାରୋହରେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣିଷର ନିରୋଗୀପଣ ପାଇଁ କ୍ରୀଡା ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରିଥିଲେ I କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଟିଟିଲାଗଡ଼ ଡ଼ିଏଭି କଲେଜ ଅଧ୍ୟକ୍ଷ ଡ଼. ଶିବପ୍ରସାଦ ବେହେରା ମୁଖ୍ଯବକ୍ତା, ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ ଭାଟି, ପୂର୍ବତନ କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ଗହିର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ I କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ରୁପସିଂ ରାଉତ ବିବରଣୀ ପାଠ କରିଥିଲେ I ତେରେସିଂହା ହାଇସ୍କୁର ପ୍ରଧାନ ଶିକ୍ଷକ ଗରୁଡ଼ଧ୍ଵଜ ଗହିର ଙ୍କ ସଂଯୋଜନାରେ ଉତ୍ସବ ଆୟୋଜିତ ହୋଇଥିଲା I ଏହି ପ୍ରତିଯୋଗିତା ରେ ଜିଲ୍ଲାର ୧୩ଟି ବ୍ଲକରୁ ୧୪ ରୁ ୧୭ବର୍ଷରୁ କମ୍ ବୟସର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ I ଶ୍ରବଣ କୁମାର ଜାଲ ପୁରସ୍କାର ବିତରଣକୁ ପରିଚାଳନା କରିଥିବା ବେଳେ ନୀଳମଣି ଗହିର ଧନ୍ୟବାଦ ଅର୍ପଣ କରିଥିଲେ I ଶିକ୍ଷକ ସୂର୍ଯ୍ୟମଣି ଭୋଇ ସଭା ସଂଯୋଜନା କରିଥିବା ବେଳେ ସୁଧିର ରଞ୍ଜନ ସୁନା ଓ ପ୍ରିତମ ହୋବୋ ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱ ତୁଳାଇଥିଲେ I ଦୌଡ଼କୁଦ କାର୍ଯ୍ୟକ୍ରମରେ ଶିକ୍ଷକ ପର୍ଶୁରାମ ଓଝା, ପଙ୍କଜ ବାରିକ, ସୂର୍ଯ୍ୟମଣି ରଣା, ଆଶିଷ କୁମାର ମଲ୍ଲିକ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ସମ୍ପାଦକ ସଞ୍ଜୟ କୁମାର ଦାସ, ସିଆର୍ସିସି ପ୍ରଶନ୍ନ କୁମାର ସାହୁ, ହେମନ୍ତ କୁମାର ନାଏକ, ଯୁଗଳ ନାଗ, ବିଶିକେଶନ ସୁନା, ମିଲାପ କୁମାର, ଉଜ୍ଜଳ କୁମାର ସାହୁ ଙ୍କ ସମେତ ତେରେସିଂହା ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ପରିଚାଳନା କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ l
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ ନ୍ୟୁଜ