Hot Posts

6/recent/ticker-posts

ଭାରତମାଳା ରାସ୍ତାରେ ପିକଅପ ସହ ବାଇକ ଧକ୍କା

ଝରୀଗାଁ, ୪/୧୧ (ନକୂଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଦେଇ ଯାଇଥିବା ଭାରତମାଳା ରାସ୍ତାରେ ଦିନକୁ ଦିନ ବାଇକ ଆରହିଙ୍କ ଦୁର୍ଘଟଣା ଦେଖିବାକୁ ମିଳୁଛି । ରାସ୍ତା କାମ ସମ୍ପୂର୍ଣ ହୋଇ ନଥିବା ଯୋଗୁଁ ବାଇକ୍ ଚାଳକ ମାନେ ଭାରତମାଳା ଦେଇ ଯାତାୟାତ କରୁଛନ୍ତି। ଏହି ରାସ୍ତା ଦେଇ ଯାଉଥିବା ସମୟରେ ଅନେକ ବାଇକ ଆରହିଙ୍କ ଦୁର୍ଘଟଣା ରେ ମୁତ୍ୟୁ ବରଣ କରିଥିବା ବେଳେ ଏଭଳି ଏକ ମର୍ମାନ୍ତକ ଦୁର୍ଘଟଣା ଡାବୁଗାଁ ଅଧୀନ ନନ୍ଦପୁରା ନିକଟସ୍ଥ ଭାରତ ମାଲା ରାସ୍ତାରେ ଆଜି ଦିନ ୧୨ଘଣ୍ଟା ସମୟରେ ପିକ୍ଅପ ସହ ବାଇକ ଧକ୍କା ହେବା ଫଳରେ ବାଇକ ଚାଲଙ୍କ ଘଟଣା ସ୍ଥଳରେ ହିଁ ମୁତ୍ୟୁ ହୋଇ ଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ସୂଚନାପ୍ରକାର ଝରିଗାଁ ବ୍ଳକ ଅନ୍ତର୍ଗତ ଧୋଡ୍ରା ଗ୍ରାମ ର ଅଭିମନୁ ମଙ୍ଗଳୀ .ବୟସ (୧୮) ବାପା ଲକ୍ଷ୍ମଣ ମଙ୍ଗଳୀ .ରୁଦ୍ରପ୍ରସାଦ ପଢିଆରୀ ବୟସ (୧୩) ବାପା ହରି ପଢି ଆରୀ, ଅଭିମନୁ ଆଉ ରୁଦ୍ର ଦୁଇ ଜଣ ବାଇକ ଯୋଗେ କୌଣସି ଏକ କାମରେ ଭାରତମାଳା ରାସ୍ତା ଦେଇ ନବରଙ୍ଗ ପୁର ଅଭିମୂଖେ ଯାଉଥିବା ସମୟରେ ନନ୍ଦପୁରା ନିକଟରେ ପିକ୍ଅପ୍ (CG O5 AD 1276)ସହ ଧକ୍କା ହୋଇ ଛଟ ପଟ ହେଉଥିବା ସମୟରେ ତାଙ୍କ ପଛପଟରୁ ଯାଉ ଥିବା ସେହି ଗ୍ରାମ ର ସମାଜ ସେବୀ ଅଭିମନୁ ହରିଜନ କୈଣସି ଏକ କାମରେ ନବରଙ୍ଗପୁର ଯାଇଥିଲେ । ତଳେ ପଡି ଛଟପଟ ହେଉଥିବା ଦେଖି ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ପରେ ଅଭିମନୁ ମଙ୍ଗଳୀ ଙ୍କ ଘରକୁ ଫୋନ ଯୋଗେ ଦୁର୍ଘଟଣା ଖବର ଜଣାଇଥିଲେ । ଘଟଣା ସ୍ଥଳରେ ଅଭିମନୁ ମଙ୍ଗଳୀ ଙ୍କର ମୁତ୍ୟୁ ହୋଇଥିବା ବେଳେ ଆହତ   ରୁଦ୍ର ଙ୍କୁ  ପ୍ରଥମେ ଉମରକୋଟ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର କୁ ପରେ କରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଳ କୁ ସ୍ଥାନାନ୍ତର କରାଯାଇଛ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତ। ପରିବାରଙ୍କୁ ଶବ ବ୍ୟବଛେଦ ପରେ ହସ୍ଥାନ୍ତର କରାଯିବ ବୋଲି ଜଣାପଡିଛି ।