ଯୁବତୀଙ୍କୁ ବଳାତ୍କାର ଅଭିଯୋଗ
ରାୟଗଡା, ୦୪/୧୧ ( ଭି. ଗୌରିଶଙ୍କର ରାଓ ) : ଜଣେ 21ବର୍ଷିୟା ଆଦିବାସୀ ଯୁବତୀକୁ ଦୁର୍ଷ୍କମ ଅଭିଯୋଗ ହୋଇଥିବା ବେଳେ ଏଯାଏଁ ପୁଲିସ ପୀଡିତାକୁ ନ୍ଯାୟ ପ୍ରଦାନ କରିନଥିବା ଅଭିଯୋଗ ହୋଇଛି। ଫଳରେ ପୀଡିତା ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କକ୍ଷରେ ଆସି ନ୍ଯାୟ ଭିକ୍ଷା କରିଛନ୍ତି। ଗତ ସେପ୍ଟେମ୍ବର ମାସ 2ତାରିଖ ଦିନ କୋଲନରା ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ଜି.ସିକାବାଡି ଗ୍ରାମରେ ପୀଡିତା ଛେଳି ଚରାଇବାକୁ ଯାଇଥିବା ବେଳେ ଗ୍ରାମର ଯୁବକ ଅକ୍ଷୟ ନାୟକ ଜୋର ଜବରଦସ୍ତ ଏକ କୁଡିଆ ଘରକୁ ନେଇ ପୀଡିତାକୁ ଦୁର୍ଷ୍କମ କରିଥିଲେ। ଏନେଇ ପୀଡିତା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ସଂପୃକ୍ତ ଯୁବକ ପୀଡିତାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ପୀଡିତା 3ତାରିଖ ଦିନ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାର ଡାକ୍ତରିମାଇନା ହୋଇଥିଲା। ତେବେ ଦୁର୍ଷ୍କମ ଘଟଣାର 2ମାସ ବିତିଯାଇଥିଲେ ସୁଦ୍ଧା ଚାନ୍ଦିଲି ପୁଲିସ ଦୁର୍ଷ୍କମକାରୀଙ୍କ ବିରୋଧରେ କୈଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିନାହିଁ। ଅନ୍ଯପଟେ ଗାଁ ଲୋକେ ପୀଡିତାକୁ ଗାଁ ଭିତରେ ଦୁର୍ଷ୍କମ ଘଟଣାକୁ ନେଇ ଟାହିଟାପରା କରିଥିବା ପୀଡିତାର ସଂପର୍କିୟ ଭାଉଜ ଅଭିଯୋଗ କରିଛନ୍ତି। ତେବେ ପୀଡିତାକୁ ତୁରନ୍ତ ନ୍ଯାୟ ପ୍ରଦାନ କରିବା ସହ ସଂପୃକ୍ତ ଯୁବକଙ୍କୁ ଗିରଫ୍ କରିବାକୁ ପୀଡିତା ଙ୍କ ପରିବାର ଦାବି କରିଛନ୍ତି।