Hot Posts

6/recent/ticker-posts

ଅସ୍ୱାଭାବବିକ ଭାବରେ ଶିଶୁ ର ଅଣ୍ଟାରେ ବଢୁଛି ମାଂସ ପିଣ୍ଡୁଳା ,ଚିକିତ୍ସା ରେ ଅର୍ଥ ସାଜିଛି ବାଧକ

କନ୍ଧମାଳ, ୨୧/୧୧ (ଅଚ୍ୟୁତ ଜାନି) : ଜନ୍ମ ହେବାର ମାତ୍ର ମାସେ ହେଉଛି କିନ୍ତୁ ଶିଶୁ ଟିର ଅଣ୍ଟା ରେ ଅସ୍ୱାଭାବବିକ ଭାବରେ ବଢ଼ିବାରେ ଲାଗିଛି ଏକ ମାଂସ ପିଣ୍ଡୁଳା ।ସେପଟେ ଅର୍ଥ ଅଭାବ ପାଇଁ ଶିଶୁ ଟିର ଚିକିତ୍ସା ରେ ବାଧା ସୃଷ୍ଟି ହେଉଥିବା ଦେଖି ବାକୁ ମିଳିଛି। ଶିଶୁ ଟି ବାପା ମା ଙ୍କ ପ୍ରଥମ ସନ୍ତାନ ହୋଇଥିବା ବେଳେ ଶିଶୁ ପାଇଁ ପୁରା ଚିନ୍ତାରେ ପଡିଯାଇଛନ୍ତି ପରିବାର । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ଅଧୀନରେ ଥିବା ଗଞ୍ଜୁଗୁଡ଼ା ପଞ୍ଚାୟତର ବଇଡ଼ା ଗ୍ରାମ ଅନ୍ତର୍ଗତ କେଣ୍ଡ୍ରିଗୁଡା ସାହିରେ । ସୂଚନା ପ୍ରକାରେ ଏହି ବଇଡ଼ା ଗାଁ ଅନ୍ତର୍ଗତ କେଣ୍ଡ୍ରିଗୁଡା ସାହି ର ବିନୋଦ ଦିଗାଲ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ପଦ୍ମିନୀ ଦିଗାଲ ମୟୁରଭଞ୍ଜ ଜିଲ୍ଲା ଝାସୀପୁରା ଅଞ୍ଚଳର ହୃଷୀକେଶ ବେହେରା ନାମକ ଜଣେ ଯୁବକ ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ହୃଷୀକେଶ ବ୍ରହ୍ମପୁର ର ଏକ ଘରୋଇ କମ୍ପାନୀରେ ମଜୁରୀ କାମ କରୁଛନ୍ତି । ତେବେ ବିବାହ ର ବର୍ଷେ ପରେ ଗତ ଅକ୍ଟୋବର ୧୭ ତାରିଖରେ ବ୍ରହ୍ମପୁର ର ଏକ ଘରୋଇ ମେଡିକାଲ ରେ ପଦ୍ମିନୀ ଦିଗାଲ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମ ହେବା ପରେ ଶିଶୁଟିର ପଛ ପଟ ଅଣ୍ଟା ରେ ଏକ ଛୋଟ ମାଂସ ପିଣ୍ଡୁଳା ଥିବାର ଦେଖିବାକୁ ମିଳି ଥିଲା । ପ୍ରସବ କରିଥିବା ଡାକ୍ତର ମଧ୍ୟ ଏହି ମାଂସ ପିଣ୍ଡୁଳା ଟି କିଛି ହେବ ନାହିଁ ବୋଲି କହିଥିଲେ । ଡାକ୍ତର ଙ୍କ କଥା ଶୁଣି ପଦ୍ମିନୀ ଏବଂ ତାଙ୍କ ସ୍ୱାମୀ ଶିଶୁ ଟିକୁ ଧରି ପଦ୍ମିନୀ ଙ୍କ ବାପା ଘର କେଣ୍ଡ୍ରିଗୁଡା କୁ ଚାଲି ଆସିଥିଲେ । କିନ୍ତୁ ଦୁଃଖର ବିଷୟ ଶିଶୁ ଟିର ବୟସ ବଢିବା ସାଙ୍ଗକୁ ଶିଶୁଟିର ଅଣ୍ଟା ରେ ବଢୁଥିବା ମାଂସ ପିଣ୍ଡୁଳା ବଢ଼ିବଢ଼ି ଚାଲିଛି । ଗତ ମାସେ ଭିତରେ ଶିଶୁ ଟିର ପରିବାର ଲୋକେ କଟକ ଭୁବନେଶ୍ୱର ଠାରୁ ଆରମ୍ଭ କରି ଅନେକ ଡାକ୍ତର ଖାନାରେ ଦେଖାଇ ସାରିଲେଣି । ଯାହା ସଂଚୟ କରି ରଖିଥିଲେ ସବୁ ସାରିଲାଣି । କୁଲି ମଜୁରୀ କରି ପରିବାର ପରିପୋଷଣ କରୁ ଥିବା ପଦ୍ମିନୀ ଓ ତାଙ୍କ ସ୍ୱାମୀ ଙ୍କ ପକ୍ଷେ ଶିଶୁ ଟିର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ସମ୍ଭବ ହୋଇପାରୁନାହିଁ ।ସେପଟେ ମାଂସ ପିଣ୍ଡୁଳା ପଢିବାରେ ଲାଗିଥିବା ବେଳେ ଯନ୍ତ୍ରଣା ରେ ଛଟପଟ ହେଉଛି ଏହି ମାସକର କଅଁଳା ଶିଶୁ ଟି । ଶିଶୁ ର ଚିକିତ୍ସା ପାଇଁ ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି ଶିଶୁ ଟିର ମା ଓ ପରିବାର ଲୋକଙ୍କ ସହ କେଣ୍ଡ୍ରିଗୁଡା ଗ୍ରାମବାସୀ । ଶିଶୁଟିର କଷ୍ଟ ଦେଖିଲେ ଯେକେହି ହେଉନା କାହିଁକି କାନ୍ଦି ପକାଉଛି । ସରକାରୀ ସହାୟତା ଯୋଗାଇ ଦେଲେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି କଅଁଳା ଶିଶୁ ଟିର ଜୀବନ ବଞ୍ଚି ଜାଇ ପାରନ୍ତା । ଅନ୍ୟପଟେ ଏଭଳି ପରିସ୍ଥିତି ରେ ଏହି ଗରିବ ଅସହାୟ ପରିବାର ଲୋକଙ୍କୁ ସରକାର ସହଯୋଗ କରିବା ଏବେ ଜରୁରୀ ହୋଇ ପଡ଼ିଥିବା ବେଳେ ଶିଶୁର ପରିବାର ଲୋକଙ୍କୁ ସହଯୋଗ କରିବା ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ।