ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ବରୀ, ୨୨/୧୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅଧୀନ କାଦମ୍ବିନୀପାଳ ମହିଳ ମହାବିଦ୍ୟାଳୟ ପରିସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତିଆ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ରର ଟ୍ରେନର ପ୍ରଦୀପ କୁମାର ଘଡ଼ାଇ ଯୋଗଦେଇ ଯାନବାହନ ଚଳାଇବା ସମୟରେ ଟ୍ରାଫିକ୍ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ ସେ କହିଛନ୍ତି, ନାବାଳିକା/ନାବାଳକ ଛାତ୍ରୀଛାତ୍ର ବେପରୁଆ ଭାବେ ଗାଡ଼ି ଚଳାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହା ଉପରେ ଅଭିଭାବକ ଦୃଷ୍ଟିଦେବାକୁ ଘଡ଼ାଇ ନିବେଦନ କରିଛନ୍ତି । ପରେ ବିଭିନ୍ନ ଟ୍ରାଫିକ ନିୟମ ବିଷୟରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ଯକ୍ଷା ରଶ୍ମି ରଶ୍ମି ବେଉରିଆ, କାଅଧ୍ୟାପକ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥ୍ ଓ ଅଧ୍ୟାପିକାଅ ଅନିତା ନାୟକ, ପ୍ରଦୀପ ପ୍ରଧାନ, ଅଲିଅଳ ବଳ, ରାଜ କିଶୋର ପ୍ରଧାନ, ଶୁଭ୍ରଜିତ ନାଥ, ବିବେକାନନ୍ଦ ମିଶ୍ର, ସୁଚିସ୍ମିତା ସାମଲ, ମିନାକ୍ଷୀ ଦେବତା, ସଂଗୀତା ବିଶ୍ଵାଳ, ଆରତୀ ରାୟ, ସ୍ମୃତିରେଖା ପତି, ମନୋଜ ନାୟକ, କବିତା ସେଠୀ, ସ୍ମୃତିରଞ୍ଜନ ବେଉରିଆ, ଉତ୍ତମ ଜେନା, ସୁଶାନ୍ତ ମଲ୍ଲିକ ଓ ଦେବେନ୍ଦ୍ର ମଲ୍ଲିକଙ୍କ ସମେତ ଅନ୍ୟ ଅଧ୍ୟାପିକାଅଧ୍ୟାପକ, କର୍ମଚାର ଓ ଶତାଧ୍କ ଛାତ୍ରୀ ଉପସ୍ଥିତ ଥିଲେ।