Hot Posts

6/recent/ticker-posts

ଗଞ୍ଜେଇ ଜବତ ସହ ୩ ଅଭିଯୁକ୍ତ ଗିରଫ

ଚକାପାଦ, ୧୯/୧୧ (ବାଳକୃଷ୍ଣ କହଁର) : ଚକାପାଦ ପୋଲିସ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପସରା ନିକଟ ତାଡ଼ିପାଜୁ ଘାଟିଠାରେ ୧୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ମାନେ ତିନି ଜଣ ହୋଇଥିବା ବେଳେ ସେମାନେ ହେଲେ ସାରଙ୍ଗଡ ନିକଟ ଟେଟ୍ରେଗାଁ ର ବାଲ୍ମୀକି ପ୍ରଧାନ , ନୟାଗଡ଼ ଜିଲ୍ଲା ଫେତେଗଡ ଗ୍ରାମର ଅନ୍ତର୍ଯ୍ୟାମୀ ଖୁଣ୍ଟିଆ, ଶଶିପଡ଼ା ଗ୍ରାମର ରାଉତ ପ୍ରଧାନ ବୋଳି ଜଣାପଡ଼ିଛି। ସୂଚନା ପ୍ରକାରେ ସାରଙ୍ଗଡ ଆଡୁ ଟିକାବାଲି ଚକାପାଦ ଠାରୁ ନୟାଗଡ କୁ ଚୋରାଚାଲାଣ ଚାଲିଥିବା ଜଣାଯାଇଛି। ଏନେଇ କେସ ନମ୍ବର ୧୧୫/୨୫ ରେ ମାମଲା ରୁଜୁ କରିଥିବା ନେଇ ଥାନା ଅଧିକାରୀ ଲଳିତ ମୋହନ ସାଗର ସୂଚନା ଦେଇଛନ୍ତି।

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ।