Hot Posts

6/recent/ticker-posts

୨୪ ବର୍ଷରେ ନରସିଂହପୁର ଲକ୍ଷ୍ମୀ ପୂଜା

କର୍ଲାମୁଣ୍ଡା, ୧୯/୧୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ତେରେସିଂହା ଗ୍ରାମର ନରସିଂହପୁର ଲକ୍ଷ୍ମୀନାରାୟଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଲକ୍ଷ୍ମୀପୂଜା ଉପଲକ୍ଷେ ଲକ୍ଷ୍ମୀ ସୁଆଙ୍ଗ ନାଟକ ପାଇଁ ଆଜି ପୂଜା ଆରମ୍ଭ ହୋଇ ଯାଇଛି I ଚଳିତ ଏହି ଅନୁଷ୍ଠାନର ଲକ୍ଷ୍ମୀ ସୁଆଙ୍ଗ ନାଟକ ୨୪ ବର୍ଷରେ ପଦାର୍ପଣ କରିଛି I ଅନୁଷ୍ଠାନ ନାଟ୍ୟଗୁରୁ କୃଷ୍ଣଚନ୍ଦ୍ର ରଣାଙ୍କ ରଚିତ ଓ ନିର୍ଦ୍ଦେଶିତ ପୌରାଣିକ ନାଟକ ସମୁଦ୍ର ମନ୍ଥନ, ଲକ୍ଷ୍ମୀ ସ୍ଵୟଂବର, ଲକ୍ଷ୍ମୀବିବାହ, ଚାଣ୍ଡାଲୁଣୀଙ୍କ ଲକ୍ଷ୍ମୀପୂଜା ନାଟକ ଗୁଡିକ ରାତ୍ରିରେ ମଞ୍ଚସ୍ଥ ହୋଇଥିଲା I ଏଥିରେ ମୃଦଙ୍ଗ ବାଦକ ଗୁରୁ ଦୁର୍ବାସା ରଣା ସହଯୋଗ କରିଥିଲେ I ପୂଜା କାର୍ଯ୍ୟରେ ପୂଜକ ଗିରୀଶ ଚନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ ସଂପାଦନ କରିଥିଲେ I ଅନୁଷ୍ଠାର ସଭାପତି ଘନଶ୍ୟାମ ରଣା, ସଂପାଦକ ନାଥ ରଣା ଓ ମେନେଜର ଧନମତ ରଣାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ I