ଫୋନ ପେ ମାଧ୍ୟମରେ ନେଉଥିଲେ ଲାଞ୍ଚ : ମାଡି ବସିଲା ଭିଜିଲାନ୍ସ
ବରଗଡ଼, ୦୩/୧୧ ( ଚୂଡ଼ାମଣି ସାହୁ ) : ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏକାଉଣ୍ଟେଟ ଓ ମହିଳା ପିଅନ ୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ । ଆକାଉଣ୍ଟେଟ ଚନ୍ଦ୍ର ଶେଖର ସାହୁ ଓ ପିଅନ ତମନ୍ନା ସାହୁ ଫୋନ ପେ ମାଧ୍ୟରେ ନେଉଥିଲେ ଲାଞ୍ଚ । ବକେୟା ଦରମା କରାଇ ଦେବାକୁ କହି ଜଣେ ସ୍ଵାସ୍ଥ୍ୟ କର୍ମୀଙ୍କ ଠାରୁ ନେଉଥିଲେ ଲାଞ୍ଚ । ଉଭୟଙ୍କୁ ଗିରଫ କରିବା ସହ ୨ ଟି ମୋବାଇଲ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ବରଗଡ଼ ଭିଜିଲାନ୍ସ ବିଭାଗ |
ବିଜେପୁର ରୁ ଚୁଡ଼ାମଣି ସାହୁ ଙ୍କ ରିପୋର୍ଟ