ନାହିଁ ନାହିଁରେ ଚାଲିଛି ଝରିଗାଁ ଶିଶୁ ବିକାଶ ପ୍ରକଳ୍ପ |୧୩ ବଦଳରେ ଅଛନ୍ତି ମାତ୍ର ୪ ସୁପରଭାଇଜର |
ନବରଙ୍ଗପୁର, ୦୩/୧୧ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ. ସରକାର ମା ଓ ଶିଶୁର ସୁରକ୍ଷା ଲାଗି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଯୋଜନା କାର୍ଯ୍ୟକାରି କରି ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା,ମା ଓ ଶିଶୁ ର ଯତ୍ନ ନେବା,ପୁଷ୍ଟିକର ଖାଦ୍ୟ ଯୋଗେଇବା, ସୁରକ୍ଷିତ ମାତୃତ୍ୱ ରଖିବା ଆଦି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି |ହେଲେ ଅନେକ ସ୍ଥାନରେ ପଦବୀ ଗୁଡିକ ଖାଲି ପଡିଥିବାରୁ ନାହିଁ ନାହିଁ ରେ ପ୍ରକଳ୍ପ ଚାଲିଥିବା ଅଭିଯୋଗ ହେଉଛି |ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରୁ |ସୂଚନା ପ୍ରକାରେ ଝରିଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ମୋତେ 304ଗୋଟି ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ବେଳେ କେନ୍ଦ୍ର ଗୁଡିକୁ 13ଗୋଟି ସେକ୍ଟର ରେ ବିଭକ୍ତ କରାଯାଇଛି |ନିୟମ ମୁତାବକ 13ଗୋଟି ସେକ୍ଟର ପାଇଁ 13ଜଣ କେନ୍ଦ୍ର ପରିଦର୍ଶିକା ରହିବା କଥା, ହେଲେ ଅଛନ୍ତି ମାତ୍ର 4ଜଣ ସୁପରଭାଇଜର |ଯାହାଦ୍ୱାରା ପ୍ରକଳ୍ପ ନାହିଁ ନାହିଁରେ ଚାଲିଥିବା ଅଭିଯୋଗ ହେଉଛି |304ଗୋଟି କେନ୍ଦ୍ରକୁ ପରିଦର୍ଶନ କରିବା 4ଜଣ ସୁପରଭାଇଜର ଙ୍କ ପାଇଁ କଷ୍ଟକର କାମ ହେଉଛି |ସୁପରଭାଇଜର ନଥିବା ରୁ ଜଣେ ନଜେ ସୁପରଭାଇଜର କୁ 3/4 ଲେଖାଏ ସେକ୍ଟର ବାଣ୍ଟି ଦିଆଯାଇଛି |ଦେଖିବାକୁ ଗଲେ ଜଣେ ସୁପରଭାଇଜର କୁ 100 ରୁ 120 ଟି କେନ୍ଦ୍ର ପରିଦର୍ଶନ କରିବା ଦାୟିତ୍ୱ ଦିଆଯାଇଛି |ଯାହା ପରିଦର୍ଶନ କରିବା ଆଦ୍ୟୋ ସମ୍ଭବ ନୁହେଁ |ସୁପରଭାଇଜର ମାନେ ଠିକରେ କେନ୍ଦ୍ର ଗୁଡିକ ପରିଦର୍ଶନ କରିପାରୁନ ଥିବାରୁ କେନ୍ଦ୍ର ଗୁଡିକ ଅବହେଳାରେ ଚାଲିଛି |କେଉଁଠି ଅଙ୍ଗନବାଡି କର୍ମୀ ନିର୍ଧାରିତ ସମୟ ପର୍ଯ୍ୟନ୍ତ ରହୁନାହାନ୍ତି ତ କେଁଉ କେଁଉ କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଙ୍କ ଦେଖା ମିଳୁନି |କେଉଁଠି ରୋଷେଇ ହେଉନି ତ କେଁଉ କେଁଉ କେନ୍ଦ୍ର ଆଦ୍ୟୋ ଖୋଲା ହେଉନି |ସୁପରଭାଇଜର ଅଭାବ ଯୋଗୁଁ ଅଙ୍ଗନବାଡି କର୍ମୀମାନେ ମନମାନି ଚଳେଇ ଥିବା ଅଭିଯୋଗ ହେଉଛି |ତେଣୁ ତୁରନ୍ତ ସୁପରଭାଇଜର ନିଯୁକ୍ତି ପାଇଁ ସାଧାରଣରେ ଦାବୀ ହେଉଛି |
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର