ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା
କନ୍ଧମାଳ, ୨୪/୧୧ (ଅଚ୍ୟୁତ ଜାନି) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ବ୍ଳକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନମେଳା କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସ୍ଥାନୀୟ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଜୁରୀପଡ଼ା ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଲ ଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମନୋରଞ୍ଜନୀ ଯାନୀ,ଏବିଓ ଶ୍ରୀମତୀ ଜ୍ୟୋସ୍ନାରାଣୀ ମଲିକ, ଶ୍ରୀ ନାର୍ସୁ କହଁର, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ତ୍ରିପାଠୀ, ବିଦ୍ୟାଳୟ ପୂର୍ବତନ ଶିକ୍ଷକ ତଥା ଶିକ୍ଷାବିତ ଶ୍ରୀ ପଙ୍କଜ ପ୍ରଧାନ, ବିଦ୍ୟାଳୟ ସଭାପତି ଶ୍ରୀ ଅଜୟ ସାହୁ ଯୋଗଦେଇ ଥିଲେ । ବାଲ୍ ପ୍ରଦର୍ଶନୀ ରୁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ୦୭ ଗୋଟି ଉପ ବିଷୟରୁ ୦୭ ଗୋଟି ଶ୍ରେଷ୍ଠ ପ୍ରକଳ୍ପ ଚୟନ କରାଯାଇ ଶ୍ରେଷ୍ଠ ୦୭ ଜଣ କୁନି ବୈଜ୍ଞାନିକ,ବିଜ୍ଞାନ ମେଳା କନିଷ୍ଠ ବର୍ଗରୁ ଶ୍ରେଷ୍ଠ ୦୧ ଜଣ ଏବଂ ବରିଷ୍ଠ ବର୍ଗରୁ ଶ୍ରେଷ୍ଠ ୦୧ ଜଣଙ୍କୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ଚୟନ କରାଯିବା ସହିତ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସଂସ୍କୃତ ଶିକ୍ଷକ ମିଥୁନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହ ଶିକ୍ଷକ ଜତିନ୍ଦ୍ରନାଥ ମାଝି ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୩୦ ଟି ପ୍ରକଳ୍ପ ସହ ପ୍ରାୟ ୧୩୫ ଛାତ୍ରଛାତ୍ରୀ ଓ ୫୦ ଜଣ ଗାଇଡ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ । ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।