Hot Posts

6/recent/ticker-posts

ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ, ରାଧା କୃଷ୍ଣ ପ୍ରେମରସ ରେ ନାଚିଲେ ଭକ୍ତ

ପାଇକମାଳ, ୦୨/୧୧ ( କୃଷ୍ଣ ଚନ୍ଦ୍ର ସାହୁ ) : ବରଗଡ ଜିଲା ପାଇକମାଳ ହନୁମାନ ରାଇସ ମିଲ ରାଇସମିଳ ପରିସରରେ ତିନି ଦିନ ଧରି ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଶନିବାର ଉଦଯାପିତ ହୋଇ ଯାଇଛି।ଗୁରୁବାର କଳସଯାତ୍ରା ରେ ଶତାଧିକ ମହିଳା ମାନେ ପବିତ୍ର ଜଳ ୧୦୮ କଲସିରେ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ସେହିଲଗ୍ନ ସମୟ ରୁ ଦିବାରାତ୍ର ଚାଲିଥିଲା ହରେ କୃଷ୍ଣ, ହରେ ରାମ ମହାମନ୍ତ୍ର। କର୍ତା ଭାବରେଆଶୁତୋଷ ସାହୁ ଓ ତାଙ୍କର ଧର୍ମ ପତ୍ନୀ ହିମାଦ୍ରୀ ସାହୁ, ଙ୍କ ସହିତ କ୍ରିଷ୍ଣା ଅଗ୍ରୱାଲ ଓ ତାଙ୍କର ଧର୍ମପତ୍ନୀ ଆରତୀ ଅଗ୍ରୱାଲ ତିନି ଦିନ ଯାକ ଯଜ୍ଞ ମଣ୍ଡପରେ ବସି ପୁଜା ପାଠ କରି ଯଜ୍ଞ ରେ ଆହୁତି ପ୍ରଦାନ ସହ ଦାନ ଦକ୍ଷିଣା ପ୍ରଦାନ କରିଥିଲେ। ଏଥିରେ ପଣ୍ଡିତକୁନୁ ତ୍ରିପାଠୀ ଓ ତାଙ୍କର ସାଥି ରୋହନ ମିଶ୍ର, ମାନସ ତ୍ରିପାଠୀ, ସମରେନ୍ଦ୍ର ପୁରୋହିତ ପ୍ରମୁଖ ପୁଜା ପାଠ, ହୋମ, ଯଜ୍ଞ, ରୀତି ନୀତି ରେ କରି ଭକ୍ତ ମାନଙ୍କୁ ଭଗବାନ ଙ୍କୁ ଦର୍ଶନ କରାଉଥିଲେ।ଦୈନନନ୍ଦିନ ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ ଭକ୍ତ ମାନଙ୍କୁ ପ୍ରସାଦ ସେବନ ର ବ୍ୟବସ୍ଥା ସୁରୁଖୁରୁରେ ରେ କରାଯାଉଥିଲା.। ଏଥିରେ ସ୍ବେଛାସେବୀ ମହେଶ ଅଗ୍ରୱାଲ, ରମେଶ ଅଗ୍ରୱାଲ, ପୁସ୍ତମ ଅଗ୍ରୱାଲ, ସୁନୀଲ ନାଗ. ରାକେଶ (ଗିଡଡୁ )ଅଗ୍ରୱାଲ, ନକୁଳ ବହିଦାର ଦୁର୍ଯୋଧନ ବରିହା, କୁନୁ ଥପା ତଥା ପାଇକମାଳରେ ସ୍ବେଛାସେବୀ, ସହଯୋଗ କରିଥିଲେ।ନିକଟସ୍ଥ ଲାଉଡ଼ମାଳ ଗ୍ରାମ ର ତଥା ଆଖ ପାଖ ଗ୍ରାମର ମା, ଭଉଣୀ ଯୁବକ ମାନେ ବିଭିନ୍ନ କାମରେ ସମ୍ପୂର୍ଣ ସହଯୋଗ କରିଥିଲେ। ପାଇକମାଳ ସାମ୍ବାଦିକ ମାନଙ୍କ ସହ ବଡ ଶତପଥି କର୍ତ୍ତା ଦମ୍ପତି ମାନଙ୍କୁ ଏକ ଅଶୋକ ଗଛ ଯଜ୍ଞ ସ୍ମୁତି ପାଇଁ ପ୍ରଦାନ କରି ଉପଯୁକ୍ତ ସ୍ଥାନରେ ଲଗାଇ ଏହାର ଯତ୍ନ ନେବାପାଇଁ କର୍ତା ଦମ୍ପତି ମାନଙ୍କୁ ଉପଦେଶ ଦେଇ ଥିଲେ।ପବିତ୍ର କାର୍ତିକ ମାସ ରେ ଚାଲିଥିବା ଷୋହଳ ପ୍ରହରୀ ନାମ ଯଜ୍ଞ କୁ ଆହୁରି ସରସ ସୁନ୍ଦର କରିବା ପାଇଁ ଆଠ ଗୋଟି ବଛା ବଛା ସଂକୀର୍ତନ୍ୟ ଦଳ ଭାଗ ନେଇ ଥିଲେ।ଝାରସୁଗୁଡା, ଜ୍ୟୋତି ପ୍ରଧାନ ପାର୍ଟି, ବାସନ୍ଦ ରୁ ଜ୍ୟୋସ୍ନାମୟୀ ନାୟକ ଦଳ, କୁମେଲସିଂହା ରୁ ନିକିତା ସିଂ ଦଳ, ଭୁବନେଶ୍ୱରପୁର ର ରାମ ଦାସ ଦଳ, ଦୁମ୍ବର ବାହାଲ ର ସୁବାଷ ପୁରୋହିତ ଦଳ, ଡୁଙ୍ଗରିପାଳି ରୁ ନୀଳମାଧଵ ଦଳ ସାନକୁଞ୍ଜରୀ ରୁ ନିରଞ୍ଜନ ପୂଝ।ରୀ ଦଳ, ଗୌଡ଼ମାଳ ରୁ ଦଶମୁଖ ଭୁଏ ପ୍ରମୁଖ ଦଳ ଗୁଡିକ ନିଜ ନିଜର ସୁନ୍ଦର ବେଶ ଭୁଷା ସାହୁ ନୃତ୍ୟ କରି ହରେ କୃଷ୍ଣ, ହରେ ରାମ ମନ୍ତ୍ର ଗାନ କରି   ନାଚି ନାଚି ଜନ ମାନସକୁ ବିମୋହିତ କରିଥିଲେ। ଶନିବାର ଶେଷଦିନ ସଂକୀର୍ତନ ବୈଠକି ରାତି ଦଶଟା ଯାଏଁ ଚାଲିବ ବୋଲି ଜଣା ପଡିଛି। 



ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ