Hot Posts

6/recent/ticker-posts

ଅଧାରେ ଆଣ୍ଠେଇଛି ପଣ୍ଡୁଆ ସେତୁ; ତେଜୁଛି ଅସନ୍ତୋଷ

ଯାଜପୁର, ୨୧/୧୧ ( ରଂଜିତ ମହାନ୍ତି ) : ଅଧାରେ ଆଣ୍ଠେଇଛି ପଣ୍ଡୁଆ ସେତୁ | ନିର୍ମାଣରେ ଅହେତୁକ ବିଳମ୍ବ ଓ ଜମି ଅଧିଗ୍ରହଣ ତୁରନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଅଧିନସ୍ଥ ବରା ବିସ୍ତାରପୁର, ଆଜି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ାର ୫ଟି ବ୍ଲକ ଓ ଦୁଇଟି ଜିଲ୍ଲା ଲୋକଙ୍କ ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ଓ ବ୍ୟବସାୟିକ କାର୍ଯ୍ୟ ପାଇଁ ବିରଜା କ୍ଷେତ୍ରରୁ ତୁଳସୀକ୍ଷେତ୍ର ଯୋଗାଯୋଗ ନିମନ୍ତେ କଳାମାଟିଆ ବିସ୍ତାରପୁର ରାସ୍ତାର ପଣ୍ଡୁଆ ନଦୀ ଉଚ୍ଚ ସେତୁ ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଏହି ସେତୁ ଦେଇ କଟକ ବଡ଼ ମେଡ଼ିକାଲ ଓ ରାଜଧାନୀ ଭୁବନେଶ୍ବର, ପାରାଦୀପ ବଦର ଯିବା ପାଇଁ ଅଞ୍ଚଳବାସୀଙ୍କୁ ୨୦ରୁ ୨୫ କିମି ରାସ୍ତା କମିଯିବ । ରାଜ୍ୟ ସରକାର ୨୦୧୮-୧୯ରେ ପୂର୍ବ ବିଭାଗ ଦ୍ଵାରା ପଣ୍ଡୁଆ ନଦୀ ଉପରେ ଉଚ୍ଚ ସେତୁ ନିର୍ମାଣ ପାଇଁ ଅଟକଳ ରାଶି ୨୬ କୋଟି ୬୫ ଲକ୍ଷ ବ୍ୟୟରେ ଭିଭିପ୍ରସ୍ତର ସ୍ଥାପନ କରିଥିଲେ I ଏ ପର୍ଯ୍ୟନ୍ତ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ସେତୁ ନିର୍ମାଣର ଅଟକଳ ରାଶି ବୃଦ୍ଧି ହୋଇ ୫୪ କୋଟିରୁ ଊର୍ଦ୍ଧ୍ବରେ ପହଞ୍ଚଲାଣି I ହେଲେ କାର୍ଯ୍ୟ ଶେଷ ହୋଇ ପାରିଲା ନାହିଁ I ଯେତିକି ବି କାର୍ଯ୍ୟ ହୋଇଛି ସେତୁର ଦୁଇ ପାର୍ଶ୍ବରେ
କେବେ ସରିବ ପଣ୍ଡୁଆ ସେତୁ ?
ବା ପ୍ରବେଶ ପଥ ନିମନ୍ତେ ଏ ପର୍ଯ୍ୟନ୍ତ ଜମି ଅଧ‌ିଗ୍ରହଣ କରାଯାଇନାହିଁ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଉପରୋକ୍ତ ଅଞ୍ଚଳବାସୀ ଅଧପନ୍ତରିଆ ସେତୁ ସମ୍ପର୍କରେ ଲିତ ଅଭିଯୋଗ କରିଥିଲେ |
ଜିଲ୍ଲାପାଳ ଘଟଣା ସମ୍ପର୍କରେ ଅବଗତ ହୋଇ ପାଣିକୋଇଲିସ୍ଥ ପୂତ୍ର ବିଭାଗ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ଅଦ୍ୟାବଧୂ ତାହାର କୌଣସି ସୁଫଳ ଅଞ୍ଚଳବାସୀ ପାଇପାରିନାହାଁନ୍ତି । ବିପଦସଂକୁଳ ଅବସ୍ଥାରେ
ଜନସାଧାରଣ ଡଙ୍ଗା ଦ୍ବାରା ନବା ପାର ହେଉଛନ୍ତି। ପ୍ରଶାସନ ସୁରକ୍ଷା ବ୍ୟବସ୍ଥାରେ କୌଣସି ପଦକ୍ଷେପ କରୁନାହାନ୍ତି । ଏଣୁ ଏହାର ସଠିକ୍ ତଦନ୍ତ କରି ଉକ୍ତ ସେତୁ କାମ ଯଥାଶୀଘ୍ର ଶେଷ କରି ଗମନାଗମନର ସୁଗମ କରାଇପାରିଲେ ବିଶେଷ କରି ବରୀ, ବିଞ୍ଝାରପୁର ବ୍ଳକର ଧୋୟା ଅଞ୍ଚଳ ସହ ଦୁଇଟି ଜିଲ୍ଲାର ୫ଟି ବ୍ଲକର ଅବାସୀ ଉପକୃତ ହେବେ ବୋଲି ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।