Hot Posts

6/recent/ticker-posts

ବିଜୁ ଜନତା ଦଳ ର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ପାଇଁ ନିର୍ବାଚନ ପ୍ରଚାର

ନୂଆପଡ଼ା, ୦୪/୧୧ ( ଭାଗିରଥି ଭୋଇ ) : ନୂଆପଡା ଉପ ନିର୍ବାଚନ ନେଇ ବିଜୁ ଜନତା ଦଳ ପକ୍ଷ ରୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ବିଗତ ନବୀନ ସରକାରଙ୍କ ୨୪ ବର୍ଷ ର ଶାସନ ପରେ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରୁଥିବା ବେଳେ ବିରୋଧୀ ଦଲ ବିଜେପି ନିର୍ବାଚନ ରେ ଦେଇଥିବା ପ୍ରତିଶ୍ରୁତି କୁ ପୁରଣ କରିବାରେ ବିଫଳ ହୋଇଛନ୍ତି। ପ୍ରତିଶୃତି ଦେଇଥିବା ୩୫୦୦ ଟଙ୍କା ଭତ୍ତା, ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ ଓ ଶୁଭଦ୍ରା ଦୁଇ ବର୍ଷ କୁ ୫୦ ହଜାର ଟଙ୍କା ଏବେ ବିଫଳ ହୋଇଅଛି। ଆଜି ଏହି ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଭୋଟ ଭିକ୍ଷା କରିଥିଲି। ଦଳୀୟ ନେତୃମଣ୍ଡଳୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଦେବୀ ପ୍ରସାଦ ମିଶ୍ର, ନିରଂଜନ ପୂଜାରୀ,ରାଜ୍ୟ ସଭା ସାଂସଦ ନିରଂଜନ ବିଶି ଯୋଗ ଦେଇଥିଲେ। ବିଧାୟକ ଅଧିରାଜ ପାଣିଗ୍ରାହୀ ସହ ବିଜୁ ଜନତା ଦଲ ର ସଦସ୍ୟ ଓ ନେତା ମାନେ ଯୋଗ ଦେଇଥିଲେ। 


ଭାଗିରଥି ଭୋଇ ଙ୍କ ରିପୋର୍ଟ