Hot Posts

6/recent/ticker-posts

ଡିସେମ୍ବର 5 ବିଧାନସଭା ସମ୍ମୁଖରେ ଗଣଧାରଣା, ମିଳିତ ଶ୍ରମିକ ସଂଗଠନ

ରାୟଗଡା, ୧୬/୧୧ ( ଭି. ଗୌରି ଶଙ୍କର ରାଓ ) : ଚଳିତ ମାସ 16 - 11- 2025 ତାରିଖ ଦିନ ଦକ୍ଷିଣ ଓଡିଶା ପାଚିକା ଓ ସହାୟକ ମହାସଂଘ (AICCTU) ତରଫରୁ ପଦ୍ମପୁର ଜଗମଣ୍ଡା ପାହାଡ଼ ଉପରେ ବ୍ଲକ ସଭାପତି ପାର୍ବତୀ ଶବର କଂ ଉପସ୍ଥିତ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଉପଦେଷ୍ଟା ତ୍ରିପତି ଗମାଙ୍ଗ କେନ୍ଦ୍ର ଓ ରାଜ୍ୟ ସରକାର କଂ ଶ୍ରମିକ ବିରୋଧୀ ନିତିକୁ ତୀବ୍ର ସମାଲୋଚନା କରିବା ସହ ସରକାର ଶ୍ରମିକ ମାନଙ୍କ ଅଧିକାର ସମଧାନ ନ କଲେ ଡିସେମ୍ବର 05 12 2025 ତରିଖ ଦିନ ଭୁବନେଶ୍ଵର ବିଧାନସଭା ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି। ପାଚିକା ଓ ସହାୟିକା ମାନଙ୍କୁ ମାସିକ 2600 ହଜାର ଟକାଂ ଓ ପାଚିକା ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ଶ୍ରମିକ ମାନଙ୍କୁ 8 ଘଣ୍ଟା କାମ କୁ 10 ଘଣ୍ଟା କାମ ବନ୍ଦ କରିବା , ଶ୍ରମିକ, କର୍ମଚାରୀ ବିରୋଧ ଶ୍ରମ କୋଡ଼ କୁ ବାତିଲ କରିବା, ନୂତନ ଶିକ୍ଷା ନୀତି 2020 ବାତିଲ କରିବା, ୨୦୦୯ ଡିସେମ୍ବରରୁ ୨୦୧ ୨ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିଥିବା ସମସ୍ତ ପାଚିକା ଓ ସହାୟିକାଙ୍କ ନିର୍ଭୁଲ । ତାଲିକା ପ୍ରସ୍ତୁତ କରି ମୃତକଙ୍କ ଉତ୍ତରାଧିକାରୀଙ୍କୁ ପାରିଶ୍ରମିକ ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ୨୦୦୯ ଡିସେମ୍ବରଠାରୁ ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାର ପାରିଶ୍ରମିକ ପ୍ରଦାନ କରିବା, ସ୍କୁଲ ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି କରିବା, ପିଲାସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲି ପାଚିକାମାନଙ୍କୁ ନିଯୁକ୍ତି ଦିଆଯାଉ, ପାଚିକାମାନଙ୍କୁ ୧୦ ମାସର ପରିବର୍ଭେ ୧୨ ମାସର ପାରିଶ୍ରମିକ ପ୍ରଦାନ କରିବା,ଅବସର କାଳୀନ ବୟସ ସୀମା ୬୨କୁ ବୃଦ୍ଧି କରିବା ସହିତ ୬୦ବର୍ଷ ପରେ ବାଦ ପଡିଥିବା ପାଚିକା ଙ୍କୁ ଭତ୍ତା ପ୍ରଦାନ କରିବା । ପାଚିକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରିବା, ମଧ୍ୟାନ୍ନ ଭୋଜନ କାମ ବ୍ୟତିତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରିବା, ପାଚିକାମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ୟବସ୍ଥା କରିବା, ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରିବା, ପାଚିକାମାନଙ୍କର ଗତ ୪ ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ, ସାମାଜିକ ନିରାପତ୍ତା, ବୀମାଭୁକ୍ତ କରିବା, ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମିକ ପ୍ରଦାନ କରିବା, ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍‌ରେ ଆବଶ୍ୟକୀୟ ବ୍ୟୟ ବରାଦ କରିବା ସହ ଛାତ୍ର ଛାତ୍ରୀ ମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ଖର୍ଜ ବୃଦ୍ଧି କରିବା ନେଇ ଦାବି କରାଯାଇଛି। 
ଉପସ୍ଥିତ ଥିଲେ 
ପାର୍ବତୀ ଶବର, ଦେବକୀ ଶବର, ପୁଷ୍ପାଞ୍ଜଳି ପାଣିଗ୍ରାହୀ, ଗିତାଞ୍ଜଳୀ ପଟ୍ଟନାୟକ, ଉର୍ମିଲା କଣ୍ଡାଗରି, ଫୁଲ ଶବର, ଦୀପ୍ତି ବେବରିଆ, ରୁକୁଣି ଶବର , ବିଜୟଲକ୍ଷ୍ମୀ ଶବର, ଅନିତା ଶବର, ବୁଡୁ ମଣ୍ଡାଙ୍ଗି, ସରସ୍ଵତୀ ଦଳପତି, ହେମଲତା ଗୈାଡ, ଦୌରପତି ଉଲକା, ରାଜେନ୍ଦ୍ର ମାଝୀ 
              ନିବେଦକ 
             ତ୍ରିପତି ଗମାଙ୍ଗ 
             ଉପଦେଷ୍ଟା 
ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ (AICCTU) 
  ପଦ୍ମପୁର, ରାୟଗଡା, ଓଡିଶା