ପୋଲିସକୁ ମିଳିଛି ସଫଳତା ୧୯ ଚୋର ଗିରଫ।
ଜୟପୁର, ୧୬।୧୧ ( ଏ. ଭେଙ୍କଟ ରାଓ ) :ଜୟପୁର ଉପଖଣ୍ଡର ବିଭିନ୍ନ ଥାନାରେ ଚୋରି ଡକାୟତି କେଶରେ ୧୯ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଜୟପୁର ଉପଖଣ୍ଡ ପୋଲିସ ଏସଡିପିଓ ସାମ୍ୱାଦିକ ସମ୍ମିଳନୀରେ ଦେଲେ ସୂଚନା।ଜୟପୁର ଉପଖଣ୍ଡର ବିଭିନ୍ନ ଥାନାରେ ଚୋରି ଡକାୟତି କେଶରେ ୧୯ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଏନେଇ ଜୟପୁର ଏସଡିପିଅ ପାର୍ଥ ଜଗଦୀଶ କାଶ୍ୟପ ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି। ଏଥି ମଧ୍ୟରୁ ଜୟପୁର ଟାଉନ୍ ଥାନାର ବିଭିନ୍ନ ମାମଲାରେ ୬ ଗୋଟି କେଶ , କୁନ୍ଦୁରା ଥାନାର ଗୋଟିଏ ଡକାୟତି କେଶ ଏବଂ ଜୟପୁର ସଦର ଥାନାର ଗୋଟିଏ ତେଲିଗୁଡ ଠାରେ ହେଇଥିବା ଡକାୟତି କେଶ ଏପରି ମୋଟ ୮ଟି କେଶରେ ମୋଟ ୧୯ ଜଣକୁ ପୋଲିସ ଗିରଫ କରିଛି। ପୁର୍ବରୁ ୩ ଜଣକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଆଜି ୧୬ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଜୟପୁର ଏସଡିପିଓ ପାର୍ଥ ଜଗଦୀଶ କଶ୍ୟପ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଚୋରୀ ଏବଂ ଡକାୟୀତି ମାମଲା ଗୁଡ଼ିକର ୯୮ ପ୍ରତିଶତ ସମାଧାନ ହୋଇଥିବାରୁ ଶ୍ରେୟ ଏସଡିପିଅ ପାର୍ଥ ଜଗଦୀଶ କାଶ୍ୟପ ସଦର ଥାନା ଅଧିକାରୀ ସଚିନ୍ଦ୍ର କୁମାର ପ୍ରଧାନ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ କୁନ୍ଦୁରା ଥାନା ଅଧିକାରୀ ଅଶ୍ଵିନୀ କୁମାର ପଟ୍ଟନାୟକ ଏବଂ ପୋଲିସ କର୍ମଚାରୀ ମାନଙ୍କୁ ସାଧାରଣରେ ଦିଆଯାଇଛି।
ଏ.ଭେଙ୍କଟ ରାଓ.. ରିପଟର ନବଦୂତ ନ୍ୟୁଜ (ଜୟପୁର,)