କନ୍ଧମାଳ, ୨୬/୧୦ (ଅଚ୍ୟୁତ ଜାନି) : ସରକାର ନିରକ୍ଷର ମାନେ କିପରି ସ୍ୱାକ୍ଷରତା ହେବେ ସେଥିପାଇଁ ନବ ଭାରତ ସ୍ବାକ୍ଷରତା ଅଭିଯାନ ମାଧ୍ୟମରେ ଅନପଢ଼ ବୟସ୍କ ଲୋକମାନଙ୍କୁ ପଢ଼ିବା, ଲେଖିବା ଓ ଗଣିବା ଶିଖାଇ ସ୍ୱାକ୍ଷରତା କରିବା ପାଇଁ ପ୍ରୟାସ ଚଳାଇ ଥିବା ବେଳେ ଆଜି ତା'ର ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଆଜି ସାରା ଦେଶରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଲ ଙ୍କ ତତ୍ତ୍ୱବଧାନରେ ୪୮ ଗୋଟି ସେଣ୍ଟରରେ ୧୫ ବର୍ଷରୁ ୪୫ ବର୍ଷ ମଧ୍ୟରେ ଥିବା ନିରକ୍ଷର ମାନଙ୍କୁ ନେଇ ପ୍ରାଥମିକ ପରୀକ୍ଷା କରାଯାଇ ଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ସ୍ୱାଇଁ ଆସି ଗୁଦାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସେଣ୍ଟରରେ ପହଞ୍ଚି ଦେଖିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦିଗାଲ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ମଲିକ ବିଭିନ୍ନ ସେଣ୍ଟର କୁ ଯାଇ ପରୀକ୍ଷା କିପରି ସଠିକ ଭାବେ ପରିଚାଳିତ ହେବ ସେଥିପାଇଁ ବୁଲି ଦେଖିଥିଲେ । ଏଥିରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ୧୪ ଗୋଟି କ୍ଲଷ୍ଟରର ୪୮ ଗୋଟି ସେଣ୍ଟରରେ ୧୫୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।