ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ସମୂହ ର ସମ୍ବର୍ଦ୍ଧନା ସଭା
ଗାଇସିଲେଟ, ୧୯ / ୧୦ ( ଭାଗିରଥି ଭୋଇ ) : ଗାଇସିଲେଟ ବ୍ଲକ ର ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ସମୂହ ଆନୁକୂଲ୍ୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି l ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲୀବିକାଶ ଠାରେ ସଭାପତି ମନୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ପଂଚାୟତ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ବିଶ୍ୱନାଥ ବେହେରା କର୍ମଚାରୀ ରବୀନ୍ଦ୍ର ଭୋଇ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ର ପୂର୍ବତନ ପ୍ରଧାନଶିକ୍ଷକ ଡୋଳାମାଣି ତରିଆ କର୍ମଚାରୀ ଗୁରୁଦେବ ସେଠ ପଂଚାୟତ ହାଇସ୍କୁଲ ଡ଼ଙ୍ଗାବାହାଲ ର ପୂର୍ବତନ ପ୍ରଧାନଶିକ୍ଷକ ହେମନ୍ତ ସାହୁ କର୍ମଚାରୀ ଶାନ୍ତିଲାଲ ନାୟକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏଥିରେ କୁଣ୍ଡାଖାଇ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରିୟରଞ୍ଜନ ପଧାନ ଚିଖିଲି ହାଇସ୍କୁଲ ପ୍ରଧାନଶିକ୍ଷକ ସୌଭାଗ୍ୟ ପଧାନ କଟାବହାଲ ହାଇସ୍କୁଲ ର ପ୍ରଧାନଶିକ୍ଷକ ସୁଦର୍ଶନ ବାରିକ ବରିହାପୁଖପାଣି ହାଇସ୍କୁଲ ପ୍ରଧାନଶିକ୍ଷକ ମୋହନ ରଣା ଫିରିଙ୍ଗିମାଲ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଦଣ୍ଡସେନା କଂଧୁମୁଣ୍ଡା ହାଇସ୍କୁଲ ର ପ୍ରଧାନଶିକ୍ଷକ ପ୍ରଶାନ୍ତ ହୋତା ବେହେରାମୁଣ୍ଡା ହାଇସ୍କୁଲ ର ପ୍ରଧାନଶିକ୍ଷକ ରୁକ୍ମଣ ଦିଶ୍ରୀ ଡ଼ଙ୍ଗାବାହାଲ ର ପ୍ରଧାନଶିକ୍ଷକ ସନ୍ତୋଷ ପାଣ୍ଡେ ମଂଚାସୀନ ଥିଲେ l ଆୟୋଜକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରୁକ୍ମଣ ଦିଶ୍ରୀ ସ୍ୱାଗତ ବକ୍ତବ୍ୟ ଦେଇଥିବା ବେଳେ ସମ୍ପାଦକ ବିଷ୍ଣୁ ଭୋଇ ବିବରଣୀ ପଠନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ନବୀନ ବରିହା ଅରକ୍ଷିତ ବାରିକ ଜଗନ୍ନାଥ ସାହୁ ବାମନ ସାହୁ ଗଙ୍ଗାଧର ସାହୁ ଗୋକୁଳ ପଧାନ ହେମନ୍ତ ବାରିକ ଅମୁଲ୍ୟ ଯୋଷୀ କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ଓ ନୂତନ ଅନୁଦାନ ପ୍ରାପ୍ତ ଏଗାର ଟି ବିଦ୍ୟାଳୟ ର ସମସ୍ତ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ ପରିଶେଷରେ ମୋହନ ରଣା ଧନ୍ୟବାଦ ଅର୍ପଣ କରିଥିଲେ l
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ