Hot Posts

6/recent/ticker-posts

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋଉତ୍ସବ ସୁରଭି ୨0୨୫ଶ୍ରୀମସ୍କା ଠାରେ ପାଳିତ

କଳାହାଣ୍ଡି, ୧୮ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ବିଭିନ୍ନ ବିଦ୍ୟାଳୟଳ ଛାତ୍ରଛାତ୍ରୀ ମାନଙ୍କର ଅନ୍ତ ନିହିତ କଳାର ବିକାଶ କରିବା ଉଦ୍ଦେଶ୍ୟରେ ଅହରହ ପ୍ରୟାସ କରାଯାଉଛି,ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କର ପାଠପଢା ସହିତ ଅନ୍ଯାନ୍ଯ ସମୟରେ ନିଜ ନିଜ ଅନ୍ତନିହିତ କଳାକୁ ମୁକ୍ତ ଭାବରେ ପ୍ରଦର୍ଶନ କରିପାରିବେ ସେନେଇ ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି ନାମରେ କାର୍ଯ୍ୟକ୍ରମ ଜାରିରହିଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିରିମକ୍କା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷକ ବୈରାଗୀ ଚରଣ ନାଏକଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ସିଆରସିସି ଶ୍ରୀ ମୁକୁନ୍ଦ ବାଗଙ୍କ ଆୟୋଜିତ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳୀ ମାଝୀ, ମୁଖ୍ୟ ବକ୍ତା ଭାବରେ ରାମଚନ୍ଦ୍ର ନାୟକ, ଟେଭାକଲମ ବିଦ୍ୟାଳୟ ଶିକ୍ଷକ କୃଷ୍ଣ ପ୍ରସାଦ ନାଏକ, ଶୁଣ୍ଢିଜବା ବିଦ୍ୟାଳୟ ଶିକ୍ଷକ ଗଜିନ୍ଦ୍ର ମାଝୀ, କାଞ୍ଜିଗୁଡା ବିଦ୍ୟାଳୟ ଶିକ୍ଷକ ଯଦୁମଣି ନାଏକ, ସମାପଲା ବିଦ୍ୟାଳୟ ଶିକ୍ଷକ ଦିଗନ୍ତ ମାଝୀ, ସିନ୍ଧିପଦର ବିଦ୍ୟାଳୟ ଶିକ୍ଷକ ଚକ୍ରଧର ଭୋଇ, ନିଚେମସ୍କା ବିଦ୍ୟାଳୟ ଶିକ୍ଷକ ହକୁରାଇ ମାଝୀ, କୁମୁଡା ବାହାଲ ବିଦ୍ୟାଳୟ ଶିକ୍ଷକ ଅଜୟ ନାଏକ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ଶିକ୍ଷକ ସୁକାନ୍ତ ଗୌଡ ଓ ଶିକ୍ଷୟିତ୍ରୀ ସ୍ବାଗତିକା ମିଶ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗୋପାଳପୁର ଉଭୟ ପରିଚାଳନା ଓ ସଂଯୋଜନା କରିଥିଲେ। ତେବେ ଗଜାନନଙ୍କ ଫଟୋ ଚିତ୍ରରେ ଧୂପଦୀପ ଅର୍ପଣ ପୁର୍ବକ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ ପରେ ଏକ ସଭାକାର୍ଯ୍ଯ ଆରମ୍ଭର ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନ୍ଯତ୍ଯ ପରିବେଷଣ ହୋଇଥିଲା, କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଳଷ୍ଟର ସ୍ତରୀୟ ବିଦ୍ୟାଳୟଳ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରି ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନିତ ଅତିଥି, ମୁଖ୍ୟ ବକ୍ତା ଙ୍କ ଦ୍ଵାରା ପୁରସ୍କାର ବିତରଣ ଉତ୍ସବ ପରେ ଧନ୍ୟବାଦ ଅର୍ପଣ କରିଥିଲେ ସିଆରସିସି ମୁକୁନ୍ଦ ବାଗ। ବାର୍ଷୀକଣା ବିଦ୍ୟାଳୟ ଶିକ୍ଷୟିତ୍ରୀ ସବିତା ମାଝୀ, ଟେଭାକଲମ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲିଲିମା ଭୋଇ, ଶିକ୍ଷୟିତ୍ରୀ ସସ୍ମିତା ପଣ୍ତା, ଶିକ୍ଷୟିତ୍ରୀ ତପସ୍ମୀନୀ ପ୍ରଧାନ ହୃଦୟର ସହିତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ 



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ