Hot Posts

6/recent/ticker-posts

ନିଜସ୍ୱ ଉଦ୍ୟମରେ ରାସ୍ତାରେ ମାଟିପକାଇଲେ ଯୁବକ ସଂଘ ସଦସ୍ୟ

କନ୍ଧମାଳ, ୧୧/୧୦ (ଅଚ୍ୟୁତ ଜାନୀ) : ସରକାର ଗମନାଗମନ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ଆଜି ବି କିଛି ଅଞ୍ଚଳରେ ପହଞ୍ଚି ପାରୁନି ଯୋଜନା । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଡାଞୁ ଗ୍ରାମକୁ ଯାଇ ଥିବା ରାସ୍ତାଟି କିଛି କଙ୍କ୍ରିଟ ହୋଇଥିବା ବେଳେ ଆଉ କିଛି ରହି ଯାଇଛି ଯାହା ଫଳରେ ବର୍ଷା ଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ଏହି ବିଷୟରେ ପଞ୍ଚାୟତ କୁ ଜଣାଇବା ସହିତ ଖବରକାଗଜରେ ମାଧ୍ୟମରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା କିନ୍ତୁ କିଛି ଫଳପ୍ରଦ ହୋଇପାରି ନାହିଁ । ଶୁକ୍ରବାର ଦିନ ଗ୍ରାମର ମାଁ ମଣ୍ଡାଦେଇ ଯୁବକ ସଂଘ ପକ୍ଷରୁ ସମ୍ପାଦକ ଶ୍ରୀ ଯୁଗଳ କିଶୋର ମଲିକ ଙ୍କ ନେତୃତ୍ୱରେ ବଳରାମ ଦେହୁରୀ,ରସବନ ମଲିକ ଯଶୋବନ୍ତ ମଲିକ,ସିକୁନ୍ଦା ମଲିକ,ଜନକ ମଲିକ, ସିଦ୍ଧାନ୍ତ ମଲିକ, ଶ୍ୟାମଘନ ମଲିକ,ସିପୁନ ଝାଙ୍କର ନିରଞ୍ଜନ ମଲିକ,ପପୁ ପ୍ରଧାନ ସମେତ ସମସ୍ତ ସଦସ୍ୟ ଟ୍ରାକ୍ଟରରେ ମାଟି ଆଣି ପକାଇ ଥିଲେ ଏହାକୁ ବିରଞ୍ଚି ପ୍ରଧାନ ସହଯୋଗ କରିଥିଲେ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କଙ୍କ୍ରିଟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।