Hot Posts

6/recent/ticker-posts

ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ପଦର ସାହି ଗସ୍ତ

କନ୍ଧମାଳ, ୧୧/୧୦ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶମ୍ଭୁନାଥ ନନ୍ଦୀ ଶନିବାର ଦିନ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ଗ୍ରାମ ପଞ୍ଚାୟତ ଅଧିନ ବଇଡ଼ା ପଦର ସାହି ଗ୍ରାମ କୁ ଗସ୍ତ କରି ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ । ବିଶେଷ କରି ଯାତାୟାତର ସୁବିଧା ପାଇଁ କଚା ରାସ୍ତାକୁ ପକା ରାସ୍ତା କରିବା ପାଇଁ ଗ୍ରାମବାସୀ ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ । ପ୍ରଥମ ଥର ପାଇଁ ଗ୍ରାମକୁ ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀ ଗସ୍ତ କରିଥିବାରୁ ଗ୍ରାମବାସୀ ବେସ ଖୁସି ଅନୁଭବ କରିବା ସହ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ବିଭିନ୍ନ ଦାବି ଜଣେଇଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ମଧ୍ୟ କିଛି ଦାବି ଶ୍ରୀଘ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଦ୍ୱିତୀୟ ଶନିବାର ସରକାରୀ ଛୁଟି ଦିବସ ହୋଇଥିଲେ ମଧ୍ୟ ମୁଖ୍ୟ ଉନ୍ନୟନ ଅଧିକାରୀ ଗ୍ରାମ ଗସ୍ତ କରି ଜନସାଧାରଣଙ୍କ ସମସ୍ୟା ସମାଧାନ କରିବା ପାଇଁ ତତ୍ପରତା ପ୍ରକାଶ କରିଥିବାରୁ ଅଞ୍ଚଳବାସୀ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଗସ୍ତ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ରାସ୍ତାରେ ମୋଟର ସାଇକେଲରେ ଯାଇଥିଲେ।