Hot Posts

6/recent/ticker-posts

ଏ ଅଞ୍ଚଳର ଇଷ୍ଟ ଦେବୀ ପ୍ରତ୍ୟକ୍ଷ ମାଁ ଡୋକରି ଦେବୀଙ୍କ ଯାତ୍ରା ଅନୁଷ୍ଠିତ।

ଥୁଆମୂଲ ରାମପୁର, ୦୭ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ବଣ ପାହାଡ ଘେରା କୁଳୁ କୁଳୁ ନାଦ ଜଙ୍ଗଲ ଝରଣା ସହ ପ୍ରାକୃତିକ ଖଣିଜ ସମ୍ପଦ ରେ ପରିପୂର୍ଣ୍ଣ କଳାହାଣ୍ଡି ଜିଲ୍ଲା ଥୁଆ ମୂଲ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ର ମୋହନଗିରି ଠାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଦେଶ ବିଦେଶ ଓ ଅନ୍ୟ ଜିଲ୍ଲା ମଧ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ କୁମାର ପୂର୍ଣ୍ଣିମା ଦିନ ଅଞ୍ଚଳର ଇଷ୍ଟ ଦେବୀ ଡୋକରି ଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି । ଏହା ଏକ ବହୁ ପୁରାତନ ପ୍ରତ୍ୟକ୍ଷ ଶକ୍ତିପୀଠ। ପୁରାତନ କାଳରେ ନାଗବଂଶୀୟ ରାଜା ଆସି ପ୍ରଥମେ ଏହି ମୋହନଗିରୀ ର ଏହି ପୀଠରେ ଡୋକରି ଦେବୀଙ୍କ ସ୍ଥାପନା କରି ପୂଜା ଅର୍ଚ୍ଚନା ଆରମ୍ଭ କରି ଆସୁଥିଲେ ।ପାହାଡ଼ ପର୍ବତ ରେ ଭରା ପ୍ରାକୃତିକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ସିଜିମାଲି ପାହାଡ଼, ଓ ଏପଟେ କଳାହାଣ୍ଡି ଇତିହାସ ରେ ଉଲ୍ଲେଖ ଥିବା ଖଣ୍ଡିଆଳ ଜଳ ପ୍ରପାତ, ଖଣ୍ଡୁଆଳ ଦେବୀଙ୍କ ବିରାଟ ଗୁମ୍ଫା ଖଣ୍ଡୁଆଳ ପାହାଡ଼ କୁ ସ୍ପର୍ଶ କରୁ ଥିବା ଏହି ମୋହନଗିରି ଗାଁ କୁ ଲାଗିରହିଥିବା ବିରାଟ ବିରାଟ ବୃକ୍ଷ ଜଙ୍ଗଲ ମଧ୍ୟରେ ଦେବୀଙ୍କ ସର୍ବ ପୁରାତନ ଆସ୍ଥାନ ରହିଛି। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଏହି ଅଞ୍ଚଳ ତଥା ଅନ୍ୟ ଜିଲ୍ଲା ମଧ୍ୟରୁ ତାଙ୍କର ମନସ୍କାମନା ପୂରଣ ପାଇଁ ଦେବୀଙ୍କ ପାଖରେ ଶରଣାର୍ଥୀ ହୋଇ ମାନସିକ କରିଥାନ୍ତି । ମନସ୍କାମନା ପୂର୍ଣ୍ଣ ହେଲେ ଏହି ଯାତ୍ରା ସମୟରେ ଶହ ଶହ ଭକ୍ତମାନସିକ ଧାରୀ ଆସି ବଳି ପୂଜା ଦେଇଥାନ୍ତି ଓ ମାଁ ଙ୍କୁ ସନ୍ତୁଷ୍ଟ କରିଥାନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦେଢ଼ ଶହ ରୁ ଉର୍ଦ୍ଧ ବୋଦା ବଳି , ପାରା, କୁକୁଡ଼ା ପୁଜା ସାଙ୍ଗକୁ ଗୋଟିଏ ପୋଡ଼ ବଳି ପଡ଼ିଥିଲା ।

ଏଠାରେ ଦୁଇ ଦିନ ଧରି ପୂଜାର୍ଚ୍ଚନା କରି ମାନସିକ ଧାରୀଙ୍କ ବଳି ପୂଜା କରାଯାଇଥାଏ । ଏହି ଡୋକରୀ ଦେବୀଙ୍କ ମୁଖ୍ୟ ପୂଜକ କର୍ଲାପାଟ ର ସୁଦର୍ଶନ ପୁଝାରୀ , ବିଘ୍ନେଶ୍ୱର ପୁଝାରୀ , ଚତୁର୍ଭୁଜ ପାତ୍ର ଥିବା ବେଳେ ସହଯୋଗୀ ଭାବେ ଗୁଣପୁର ର ଘେନୁ ପ୍ରଧାନୀ, କର୍ଲାପାଟ ର ସତ୍ୟ ନାରାୟଣ ବାଣୁଆ, ଆକାଶ ଦଣ୍ଡସେନା , କାର୍ତ୍ତିକ ନାୟକ, ଶରତ ଚନ୍ଦ୍ର ସିଂହ , ପେରମଞ୍ଜି ର ଶଶି ଶେଖର ସିଂହ , ପୁରୁଣାଗୁମା ର ଦଧିମନ୍ଥନ ସିଂହ,ମୋହନଗିରି ର ସାନ ମାଝୀ, ଚିନ୍ତାମଣି ନାଏକ, ଅଖିଳ ନାଏକ , ନାରନ ଗୌଡ ସହ ଗାଁ କମିଟି ସାମିଲ ରହିଥିଲେ। ଏବଂ ପ୍ରତିବର୍ଷ ମାଁ ଙ୍କ ନୃତ୍ୟ , ପୂଜା ବିଧି ରେ ପୂର୍ବ ପୁରୁଷନୁକ୍ରମେ ଏହି ମୋହନଗିରୀ ବାସୀ ଅଖିଳ ନାଏକ ଓ ତାଙ୍କ ମହୁରୀ, ନିଶାନ ବାଦ୍ୟ ଦଳ ମାଁ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆସି ବାଜା ବଜାଇ ଦେବୀଙ୍କୁ ଖୁସି କରାଇ ଥାନ୍ତି । ମୋହନଗିରୀ ଗ୍ରାମବାସୀ ଙ୍କ ସହଯୋଗ ରେ ଦେବୀଙ୍କ ଏକ ଗୃହ ନିର୍ମାଣ କରି ସେଠାରେ ପୂଜା କରାଯାଉଛି ହେଲେ ଦୁଃଖର ବିଷୟ ଏହା ଅଞ୍ଚଳର ପ୍ରସିଦ୍ଧ ପ୍ରତ୍ୟକ୍ଷ ମାଁ ଡୋକରୀ ଦେବୀ ଙ୍କ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ସମାଗମ ହୋଇ ଶହ ଶହ ବଳିପୂଜା ଦେଇ ଯାତ୍ରା ହେଉ ଥିଲେ ବି ପ୍ରଶାସନ ର ଦୃଷ୍ଟି ପଡୁନାହିଁ କି କୌଣସି ଅନୁଦାନ ଦେବାରେ ଚେଷ୍ଟା ମଧ୍ୟ କରି ନାହାନ୍ତି । ପ୍ରତି ସହରାଞ୍ଚଳରେ କି ରାସ୍ତା କଡ଼ ଗ୍ରାମମାନଙ୍କରେ ପ୍ରଶାସନ ତରଫରୁ ଲକ୍ଷ୍ୟ ଲକ୍ଷ ଟଙ୍କାର ଅନୁଦାନ ରେ ଦେବୀ ପୀଠ, ଠାକୁରାଣୀ ମନ୍ଦିର ତିଆରି ହେଉଅଛି । ସେଥିପାଇଁ ଡୋକରୀ ମାଁ ଙ୍କ ମନ୍ଦୀର ଓ ଭକ୍ତ ମାନଙ୍କ ପାଇଁ ବିଶ୍ରାମ କକ୍ଷ ତିଆରି କରିବା , ମନ୍ଦିର ପାଖରେ ପାଣିର ସୁବିଧା ପାଇଁ ଅନୁଦାନ ପ୍ରଦାନ ପାଇଁ ଦାବି ଜଣାଇଛନ୍ତି। ତାହା କେବେ ସରକାରୀ ସହାୟତା ମିଳିବ ଦେଖିବାକୁ ବାକି ରହିଲା।
କଳାହାଣ୍ଡି ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ