ବନ୍ୟଜନ୍ତୁ ସପ୍ତାହ ରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନ।
କଳାହାଣ୍ଡି, ୦୭ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ବନ୍ୟଜନ୍ତୁ ସପ୍ତାହରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ୮ ଅକ୍ଟୋବର ପର୍ଯ୍ୟନ୍ତ, ପ୍ଳାଷ୍ଟିକ ମୁକ୍ତ ଓ ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି। କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ପକ୍ଷରୁ ବିଭିନ୍ନ ରେଞ୍ଜରେ ସପ୍ତାହେ ଧରି ପ୍ଳାଷ୍ଟିକ ଓ ଅଲିଆ ଆବର୍ଜନା ସଫା କରିବା ସହ ସଚେତନତା କାର୍ଯ୍ୟକ୍ରମ ପାଳନ କରୁଛନ୍ତି। ଏଥିମଧ୍ୟରେ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଲୀ ଫୁର୍ଲିଝରନ ଠାରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବନବିଭାଗ ଅଧିକାରୀ ଓ କର୍ମଚାରୀ ଙ୍କ ସହ ଜଙ୍ଗଲ ସୁରକ୍ଷାକର୍ମୀ ମାନେ ସାମିଲ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ