ବେଆଇନ ଧର୍ମାନ୍ତରୀକରଣ ପାଇଁ ଚାଲିଛି ଷଡ଼ଯନ୍ତ୍ର।ତେଜୁଛି ଆନ୍ଦୋଳନ।
କଳାହାଣ୍ଡି, ୦୪ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଘାଟି ଅଞ୍ଚଳ ରେ ବେଆଇନ ଧର୍ମାନ୍ତରୀକରଣ। କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ଅଧୀନରେ ଥିବା ଘାଟି ଅଞ୍ଚଲରେ ପ୍ରଲୋଭନ ଦେଖାଇ ହେଉଛି ଧର୍ମାନ୍ତରୀକରଣ। ନିରିହ ଆଦିବାସୀ,ହରିଜନ ଓ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଲୋଭନ ର ଶିକାର କରି ଚାଲିଛି ବିଦେଶୀ ଟଙ୍କା ରେ ଧର୍ମର ପରିବର୍ତ୍ତନ। ଲାଞ୍ଜିଗଡ଼ ବ୍ଳକ ର ମୁଷାନାଳ ଠାରୁ ଆରମ୍ଭ କରି ୧୩ ଟି ପଞ୍ଚାୟତ ଘାଟି ଅଞ୍ଚଲରେ ରହିଛି। ଏହି ଅଞ୍ଚଳ ମାନଙ୍କରେ ସ୍ଥାନୀୟ ମୁଷାନାଳ ର କର୍ଣ୍ଣ ସେଠ୍ ,ଅଙ୍ଗଦ ନାଏକ, କୃଷ୍ଣ ସେଠ ନାମକ ତିନି ଜଣ ଖ୍ରୀଷ୍ଟିଆନ ପାଷ୍ଟର ସମ୍ପୃକ୍ତ ରହି ଚଳାଇଛନ୍ତି ବଡ ଷଡକ୍ଷନ୍ତ୍ର।କିଛି ଦିନ ତଲେ ହିନ୍ଦୁମାନଙ୍କ ମଶାଣି ରେ ଖ୍ରୀଷ୍ଟିଆନ ସଂପ୍ରଦାୟ ର ଶବ କୁ ସମାଧି ଦେଇଛନ୍ତି। ଯାହାକୁ ମନା କରିବା ପରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରିଥିଲେ। ହିନ୍ଦୁ ପକ୍ଷରୁ ମାମଲା ବିଶ୍ବନାଥପୁର ଥାନା ରେ ଯାଇ ପହଞ୍ଚିଛି। ଅଞ୍ଚଳ ରେ ଧର୍ମାନ୍ତରୀକରଣ ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି ହିନ୍ଦୁ ସଂଗଠନ ର ଶତାଧିକ ଲୋକେ। ବେଆଇନ ଧର୍ମାନ୍ତରୀକରଣ କୁ ବନ୍ଦ କରିବାପାଇଁ ଜିଲ୍ଲା ପ୍ରଶାସନ ଆଉ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ ଭୟାବହ ଆନ୍ଦୋଳନ ହେବ। ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ