ସର୍ବ ଭାରତୀୟ ସ୍ତରରେ କନ୍ଧମାଳ ସମ୍ମାନିତ
କନ୍ଧମାଳ, ୧୮/୧୦ (ଅଚ୍ୟୁତ ଜାନୀ) : ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ସର୍ବ ଭାରତୀୟ ସ୍ତରରେ ଏକ ବୈଠକ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଅକ୍ଟୋବର ୧୭ ତାରିଖ ଗୁରୁ ଦିନ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାରୁ ପ୍ରୋଗ୍ରାମ ମ୍ୟାନେଜର ପି ମୁରଲୀ ମୋହନ, ମଙ୍ଗଳ ଅଧିକାରୀ ଦୀପକ କହଁର , ଆଦି ସାଥୀ ମନୋଜ କହଁର ଯୋଗଦେଇଥିଲେ। ଏହି ଅବସରରେ କନ୍ଧମାଳ ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀକୁ ଆଦି କର୍ମଯୋଗୀ ଜନ ଅଭିଯାନ ଶ୍ରେଷ୍ଠ ସମ୍ପାଦନା ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି । ପ୍ରକାଶଥାଉକି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଆଦିବାସୀ ସଂପ୍ରଦାୟର ପୂର୍ଣ୍ଣାଙ୍ଗ ବିକଶ ପାଇଁ ଆଦି କର୍ମଯୋଗୀ ଅଭିଯାନ ଆରମ୍ଭ କରିଛନ୍ତି। ସାରା ଦେଶରେ ୩୦ ରାଜ୍ୟରେ ୫୫୦ ରୁ ଉର୍ଦ୍ଧ ଜିଲ୍ଲା , ୩୦୦୦ ରୁ ଉର୍ଦ୍ଧ ବ୍ଲକ ରେ ୧ ଲକ୍ଷ ଗ୍ରାମରେ ୨୦ ଲକ୍ଷ ଆଦି କର୍ମଯୋଗୀ ଚୟନ କରାଯାଇଛି । କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକରେ ସମୁଦାୟ ୩୯୫ ଗ୍ରାମରେ ଏହି ଅଭିଯାନ ଚାଲୁ ଅଛି । ଏଥିପାଇଁ ପ୍ରତି ଗ୍ରାମରେ ଆଦି ସେବା କେନ୍ଦ୍ର ଖୋଲା ଯାଇଛି ।ଆଦି କର୍ମଯୋଗୀ, ଆଦି ସହଯୋଗୀ ଓ ଆଦି ସାଥୀ ଓ ସବୁ ବିଭାଗର ଅଧିକାରୀ ସେହି ସେବା କେନ୍ଦ୍ରରେ ଏକାଠି ଗ୍ରାମର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଏକ ପରିକଳ୍ପନା ପତ୍ର ପ୍ରସ୍ତୁତ କରିଛନ୍ତି ।ଏହି ଅଭିଯାନରେ ଜିଲ୍ଲାସ୍ତରରେ ନୋଡାଲ ଏନ୍ ଜି ଓ ଭାବରେ ସ୍ବେଛାସେବୀ ଅନୁଷ୍ଠାନ ପ୍ରଦାନ ସଂସ୍ଥା ଓ ବିଭିନ୍ନ ବ୍ଲକ ସ୍ତରରେ ସ୍ୱାତି, ହର୍ଷଟ୍ରଷ୍ଟ , ଜନ ବିକାଶ, ଅଭିଯାନ,ସେନ୍ସଭଲ, ଜାଗୃତି, ଶାନ୍ତି ମୈତ୍ରୀ, ଅଗ୍ରଗାମୀ, ନିର୍ମାଣ ଆଦି ଏନ୍ ଜି ଓ ମାନେ ଗ୍ରାମର ବିକାଶ ଯୋଜନା ପରିକଳ୍ପନା ପତ୍ର ପ୍ରସ୍ତୁତିରେ ସହଯୋଗ କରିଥିଲେ । ସମସ୍ତେ ଜନ ଭାଗିଦାରୀ ଆଧାରରେ ସେବା,ସଂକଳ୍ପ ଓ ସମର୍ପଣ ଭାବନା ନେ଼ଇ ଜନଜାତିଙ୍କ ପାଇଁ କାମ କରିବେ । ଆଦି କର୍ମଯୋଗୀ ଜନ ଅଭିଯାନ ଶ୍ରେଷ୍ଠ ସମ୍ପାଦନା ପ୍ରଦର୍ଶନ ପାଇଁ ପୁରସ୍କାରର ଶ୍ରେୟା ଜିଲ୍ଲାପାଳ ସମେତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ, ବ୍ଲସ୍ତରୀୟ ପ୍ରଶିକ୍ଷକ,ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମଙ୍ଗଳ ଅଧିକାରୀ,ଏନ୍ ଜିଓ କ୍ଷତ୍ର କର୍ମଚାରୀ ଓ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଯୋଡ଼ିତ ବ୍ୟକ୍ତି "ଟିମ କନ୍ଧମାଳ" ବୋଲି ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର କହିଛନ୍ତି।