Hot Posts

6/recent/ticker-posts

ଅପହଞ୍ଚ ଇଲାକା ଅଞ୍ଚଳରେ ମୁଖ୍ୟ ଉନ୍ନୟନ ଅଧିକାରୀ

କନ୍ଧମାଳ, ୧୮/୧୦ ( ଅଚ୍ୟୁତ ଜାନି ) : ଆଜି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କନ୍ଧମାଳ, ଶ୍ରୀ ଶମ୍ଭୁ ନାଥ ନନ୍ଦି ଓ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ, ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର ଖଜୁରୀପଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ କରିଛନ୍ତି । ପ୍ରଥମେ ଖଜୁରୀପଡ଼ା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଚାରିପଡ଼ା ଗ୍ରାମର ପଦ୍ମଶ୍ରୀ ଡ. ପୂର୍ଣ୍ଣମାସୀ ଯାନୀ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଏହା ସହିତ ତାଙ୍କ ଗ୍ରାମ ମୌଳିକ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଏହା ପରେ ଦଳପଡ଼ା ଗ୍ରାମ ପଞ୍ଚାୟତର ସାକାଡି ଗ୍ରାମକୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ଗାଡ଼ି ନଦୀ ପାର ହୋଇ ନ ଥିଲା । ଯାହା ଫଳରେ ଗାଡ଼ି ରଖି ଚାଲି ଚାଲି ଯାଇ ଦଳପଡ଼ାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ଗ୍ରାମର ଗମନା ଗମନ ସୁବିଧା, ମୋବାଇଲ ଟାୱାର, ଆବାସ ଗୃହ, ସ୍କୁଲ ଘର, ଅଙ୍ଗନୱାଡ଼ି, ଭତ୍ତା, ଖାଦ୍ୟ ନିରାପତ୍ତା କାର୍ଡ, ପାନୀୟ ଜଳ ଯୋଗାଣ ଆଦି ବିଷୟରେ ପଚାରି ବୁଝିଥିଲେ । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଉକ୍ତ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ । ତେଣୁ ଏହି ରାସ୍ତାକୁ ଯଥା ଶୀଘ୍ର କରିବାକୁ ଗ୍ରାମବାସୀ ଦାବୀ କରିଥିଲେ । ଏହି ଗସ୍ତ ସମୟରେ ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶୁଭ ଦତ୍ତାତ୍ରେୟ ବାହିନୀପତି ଓ ସ୍ଥାନୀୟ କର୍ମଚାରୀ ଉପସ୍ଥିତ ଥିଲେ ।