ଜିଲ୍ଲା ଶ୍ରମ ବିଭାଗ ଓ ଶକ୍ତି ଅର୍ଗାନାଇଜେସନ ର ମିଳିତ ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।
କଳାହାଣ୍ଡି, ୧୮ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସଦର ବ୍ଳକ ଅନ୍ତର୍ଗତ ମେଲକୁନ୍ଦେଲ ଗ୍ରାମରେ ଜିଲ୍ଲା ଶ୍ରମ ବିଭାଗ ଓ ଶକ୍ତି ଅର୍ଗାନାଇଜେସନ ର ମିଳିତ ଆନୁକୂଲ୍ଯରେ ଏକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ନର୍ଲା ସହାୟକ ଶ୍ରମ ଅଧିକାରୀ ଶ୍ରୀ ସନାତନ ମାଝୀ , ଶକ୍ତି ଅର୍ଗାନାଇଜେସନ ର ଜିଲ୍ଲା କୋ-ଅର୍ଡିନେଟର ଶ୍ରୀ ସୁଜିତ ସେଠ୍ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମେଲକୁନ୍ଦେଲ ସମେତ ପିଣ୍ଡାପଦର ଓ ଘୁଚିଗୁଡା ଗ୍ରାମବାସୀ ଉପସ୍ଥିତ ଥିଲେ । ମଞ୍ଚାସୀନ ଶ୍ରମ ଅଧିକାରୀ ଶ୍ରୀ ମାଝୀ ଶ୍ରମିକଙ୍କ କଲ୍ଯାଣ ନିମନ୍ତେ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ ଜନହିତକର ସମ୍ପର୍କରେ ଅବଗତ କରିଥିଲେ । ଜିଲ୍ଲା ଶ୍ରମ ବିଭାଗ ଦ୍ବାରା ପଞ୍ଜିକୃତ ଶ୍ରମିକଙ୍କ ପରିବାରର ପିଲାଙ୍କ ପାଠପଢା,ବିବାହ, ଓ ଶ୍ରମିକଙ୍କ ଦୁର୍ଘଟଣା, ତଥା ମୃତ୍ଯୁବରଣ ପାଇଁ ଆର୍ଥିକ ସହାୟତା କିପରି ପାଇ ପାରିବେ ସେ ସମ୍ପର୍କରେ ଅବଗତ କରିଥିଲେ । ସେହିପରି ଶକ୍ତି ଅର୍ଗାନାଇଜେସନ ର ଜିଲ୍ଲା କୋଅର୍ଡିନେଟର ଶ୍ରୀ ସୁଜିତ ସେଠ୍ ଶିଶୁମାନଙ୍କ ଅଧିକାର ଉପରେ ଗୁରୁତ୍ଵାରୋପ କରିଥିଲେ । ଶିଶୁ ଶ୍ରମିକ ,ବାଲ୍ଯ ବିବାହ ଉଛେଦ ଉପରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ