ଖଜୁରୀପଡ଼ା ବ୍ଲକ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ - ୨୦୨୫ ଅନୁଷ୍ଠିତ।
କନ୍ଧମାଳ, ୨୨/୧୦ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀପଡା ପଞ୍ଚାୟତ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଖଜୁରୀପଡ଼ା ବ୍ଲକ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ - ୨୦୨୫ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟି ଉଦଘାଟନ ଓ ଅଧ୍ୟକ୍ଷତା କରିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଲ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲାପରିଷଦ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ଉର୍ବଶୀ ଦିଗାଲ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ଜାନୀ,ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି, ଅତିରିକ୍ତ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ମଲିକ , ନାର୍ସୁ କହଁର ,ଦୁତୀପଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅମ୍ବିକା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଖଜୁରୀପଡ଼ା ବ୍ଲକର ୧୪ ଗୋଟି କ୍ଲଷ୍ଟରର ୪୬୦ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଚିତ୍ରାଙ୍କନ, ବକୃତା, ନୃତ୍ୟ,ସଙ୍ଗୀତ ଓ ପ୍ରଧାନମନ୍ତ୍ରୀ ପୋଷଣ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ବିଭିନ୍ନ ବିଭାଗରେ ଶିକ୍ଷକ ଶିକ୍ଷୟିତ୍ରୀ ମଣ୍ଡଳୀ ଥିବା ବେଳେ ସଙ୍ଗୀତ ବିଚାରକ ଭାବେ ଅସିତ ନନ୍ଦ , ଗୋଲକ ବିହାରୀ ନାୟକ, ପଞ୍ଚାନନ ସାହୁ ଓ ସାଂସ୍କୃତିକ ବିଚାରକ ରଞ୍ଜିତ ମୁଖି ,ସୁଜିତ ବେହେରା, ଶୁକରଞ୍ଜନ ସାହାଣୀ ଯୋଗଦେଇ ଥିଲେ । ଶିଶୁ ସୁରଭି କାର୍ଯ୍ୟକ୍ରମ ହେଉଛି ବିଦ୍ୟାଳୟର ଏକ ସାଂସ୍କୃତିକ ମହୋତ୍ସବ,ଯେଉଁଠି ଛାତ୍ରଛାତ୍ରୀ ମନୋରଞ୍ଜନ ସହିତ ତାଙ୍କ ଲୁକାୟତ ଥିବା ପ୍ରତିଭା ଦେଖାନ୍ତି । ଏହା ଶିକ୍ଷା, ସଂସ୍କୃତି ଓ ମୂଲ୍ୟବୋଧକୁ ଏକା ସାଥିରେ ଅଞ୍ଚଳ ଓ ଦେଶର ବିକାଶ ଆଣିଥାଏ । ଶେଷରେ ବିଭିନ୍ନ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି କୃତ କାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଭା ପ୍ରମାଣପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ । ଏଥିରେ ଖଜୁରୀପଡ଼ା ବ୍ଲକର ୧୪ ଗୋଟି କ୍ଲଷ୍ଟରର ସମସ୍ତ ସିଆରସିସି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯକ୍ରମର ବିଶେଷ ସହଯୋଗରେ ପ୍ରେମଝରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବଂଶିଧର ନନ୍ଦ, ଦୁତୀମେଣ୍ଡି ପୂର୍ବତନ ସିଆରସିସି ଶ୍ରୀ ରଘୁନାଥ କହଁର, ଆର ନୂଆଁ ଗାଁ ସିଆରସିସି ଶ୍ରୀ ପ୍ରଦୀପ କୁମାର ମଲିକଙ୍କ ରହିଥିବା ବେଳେ ମଞ୍ଚ ପରିଚାଳନା ଆର୍ ନୂଆ ଗାଁ ପ୍ରଧାନ ଶିକ୍ଷକ ତଥା କଳାକାର ସୁରପ୍ରସାଦ ନାୟକ ଓ ସଂଯୁକ୍ତା ଦିଗାଲ କରିଥିବା ବେଳେ ବେଡାଙ୍ଗ ପାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଇନ୍ଦ୍ରମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।