Hot Posts

6/recent/ticker-posts

ପୂର୍ବତନ ପ୍ରଧାନ ଶିକ୍ଷକ ଙ୍କ ପାଇଁ ଏନବିବି କଫି ଟେବୁଲରେ ପାଇଲା ସ୍ଥାନ।

ଯାଜପୁର, ୩୦/୧୦ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତ ନବଭଭାରତୀ ସରକାରୀ ଉଚ୍ଚ ବିଦ୍ୟାଳୟ ମୋ ସ୍କୁଲ କାର୍ଯ୍ୟକ୍ରମ ଓ ସୁବର୍ଣ୍ଣ ଜୟନ୍ତୀ ସମାରୋହ କୁ ପୁରାତନ ଛାତ୍ର ସଂସଦ ସଭାପତି ଡାକ୍ତର କୈଳାସ ଚନ୍ଦ୍ର ପତି ଓ ଟିମ, ଗ୍ରାମବାସୀ ଙ୍କ ଅକୁଣ୍ଠ ସହଯୋଗରେ ପୂର୍ବତନ ପ୍ରଧାନ ଶିକ୍ଷକ ଡ଼କ୍ଟର ଗିରିଶ ବିହାରି ମିଶ୍ର ସମାପନ କରି ବିଦ୍ୟାଳୟ କୁ ଉନ୍ନତି ଶୀର୍ଷରେ ପହଞ୍ଚାଇ ଥିଲେ।ବିଶେଷ କରି ମୋ ସ୍କୁଲ ଅଭିଯାନ କୁ ତ୍ବରାନ୍ୱିତ କରି ବିଦ୍ୟାଳୟରେ ବ୍ୟାପକ ଉନ୍ନତି କରାଇଆସିଥିଲେ ଯାହାଦ୍ୱାରା ବର୍ତ୍ତମାନ ଜିଲ୍ଲାରେ ଏକ ନମ୍ବର ସ୍ଥାନ ପାଇବା ପାଇଁ କଫି ଟେବୁଲ ମାଗାଜିନ ରେ ପୁରସ୍କାର ପାଇବା କୁ ଯୋଗ୍ୟ ହୋଇଥିବା ଜଣାପଡ଼ିଛି। ଡ଼କ୍ଟର ମିଶ୍ର ଙ୍କ ଅବଦାନ ପାଇଁ ଏହା ସମ୍ଭବ ହୋଇଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଡ଼କ୍ଟର ମିଶ୍ର ଙ୍କ ଅବସର ପରେ ମଧ୍ୟ ସ୍ଥାନୀୟ ଲୋକେ, ଜନପ୍ରତିନିଧି, ପୁରାତନ ଛାତ୍ର, ବଜାର କମିଟି ଏବେ ବି ଭୁରିୟସୀ ପ୍ରଂଶସା କରୁଛନ୍ତି। 

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ