Hot Posts

6/recent/ticker-posts

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ସାନ କାର୍ଲୀ ରେ ଲୋକେ ପାଉ ନାହାଁନ୍ତି କାମ

ଲାଞ୍ଜିଗଡ, ୨୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଧିନସ୍ଥ ଗୁଣ୍ଡ୍ରୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସାନ କାର୍ଲୀ ଗ୍ରାମ ଯାହା ଲାଞ୍ଜୀଗଡ ବ୍ଲକ ଠାରୁ ୬୦ କିଲୋମିଟର ଭବାନୀ ପାଟଣା ବ୍ଲକ ଠାରୁ ୨୦ କିମି ଦୂରରେ ଅବସ୍ଥିତ। ଏହି ଗ୍ରାମକୁ ଭାରତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବରେ ଘୋଷଣା କରିଛନ୍ତି। ଆଦର୍ଶ ଗ୍ରାମ ଘୋଷଣା କରିଛନ୍ତି ସତ କିନ୍ତୁ ଲୋକଙ୍କ ଜୀବନ ଜୀବିକା ନିର୍ବାହ ପାଈଁ ଗତ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ କାମ ମିଳୁ ନାହିଁ, ଯାହା ଫଳରେ ଗ୍ରାମ ବାସୀ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଗ୍ରାମରେ ବସୁଧା ଯୋଜନାରେ ସ୍ଵଚ୍ଚ ପିଇବା ପାଣି ବର୍ତମାନ ସୁଦ୍ଧା ପାଇଁ ନାହାଁନ୍ତି ପାଣି ଟାଙ୍କି ନିର୍ମାଣ ଅଧା ହୋଇ ରହିଛି, ଲୋକଙ୍କ ଶୌଚ ଓ ଗାଧେଇବା, ଗୃହପାଳିତ ପ୍ରାଣୀଙ୍କ ପିଇବା ପାଣି ସମସ୍ୟା ରହିଛି। ଗାଁକୁ ଯିବା ଆସିବା ପାଇଁ ପିଚୁ ରାସ୍ତା ତିଆରି ହେଇଛି, ଦୁଇ ଚକିଆ ଯାନ ମଧ୍ୟ ଯିବା ଆସିବା କରିବାପାଇଁ ସମସ୍ୟା ରହିଛି ଓ ଅନେକ ସମସ୍ୟା ରହିଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟି ଦେଉ ନ ଥିବା ପ୍ରକାଶ କରିଛନ୍ତି। ଲୋକ ପ୍ରତିନିଧିଙ୍କ କଥା ନ କହିଲେ ଭଲ, ଭୋଟ ହାତେଇ ସାରିଲା ପରେ ଦେଖା ମିଳେ ନାହିଁ। ଆଦର୍ଶ ଗ୍ରାମ ଘୋଷଣା କେବଳ ନାମ ଫଳକରେ ନ ରହି କାର୍ଯ୍ୟରେ ପରିଣତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସି। 


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ