ଆର ପାରିରେ ମା ବିଡ୍ରି ଦେବୀଙ୍କ ମୁଖ୍ୟ ଶିରା
ଝରିଗାଁ, ୩୦/୧୦ ( ନକୁଳଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧୋଡ୍ରା ପଂଚାୟତ ଅଧୀନସ୍ଥ ବିଡ୍ରି ଗୁଡା ଗାଁ ର ଆରାଧ୍ୟ୍ୟ ଦେବି ମା ବିଡ୍ରି ଙ୍କ ମୁଖ୍ୟ ଶିରା ବଦୁ ଭତ୍ରା ଙ୍କ ( 75) ବୟସରେ ପରଲୋକ ଘଟିଛି |ସେ ବାଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ |ମଙ୍ଗଳ ବାର ଦିନ ସନ୍ଦ୍ୟାରେ ତାଙ୍କର ଦେହଆନ୍ତ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଦୁଃଖ ର ଛାୟା ଖେଳିଯାଇଥିଲା |ହେ ଖବର ଶୁଣି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲା। ପିଲା ଦିନରୁ ବଦୁ ମାଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ। ଅଞ୍ଚଳବାସୀ ତାଙ୍କୁ ମା ଙ୍କ ଚଳନ୍ତି ପ୍ରତିମା ଭାବେ ଭକ୍ତି କରୁଥିଲେ। ତାଙ୍କ ପରଲୋକ ଖବର ପାଇ ପୂର୍ବତନ ସାଂସଦ ରମେଶ ମାଝୀ, ପୂର୍ବତନ ବିଧାୟକ ପ୍ରକାଶ ମାଝୀ, ପ୍ରମୂଖ ଶୋକ ବ୍ୟକ୍ତ କରିଛନ୍ତି।ଅଞ୍ଚଳ ବାସୀ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆଶ୍ୱାସନା ଦେଇଛନ୍ତି। ତାଙ୍କୁ ଗାଁର ଶୁଶାନ କୁ ନିଆଯାଇ ଶେଷକୃତ କରାଯାଇଥିଲା। ଅଞ୍ଚଳର ଶତାଧିକ ଲୋକ ସାମିଲ ହୋଇ ବଦୁଙ୍କୁ ଅନ୍ତମ ବିଦାୟ ଜଣାଇଥିଲେ।