Hot Posts

6/recent/ticker-posts

ଅଣ କୁଶଳୀ ସୁପରଭାଇଜରଙ୍କ ଅବହେଳାରେ ଲକ୍ଷ୍ମୀ ବସ ଦୂର୍ଘଟଣା, ରାୟଗଡା !ଅଳ୍ପକେ ବର୍ତିଲା ୪୭ !

ରାୟଗଡ଼ା, ୩୦/୧୦ ( ଭି. ଗୌରୀଶଙ୍କର ରାଓ ) : ବାରମ୍ବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ୍ଷ୍ମୀ ବସ ଦୁର୍ଘଟଣା! ସୁପରଭାଇଜର କହୁଛନ୍ତି ଆଡ଼ଜେଷ୍ଟ କର, ଚାଲିବ, ଚଲେଇ ଦେଇଥାଅ,ବସରେ ଷ୍ଟେପିନ ଟାୟାର ଥାଉ ବା ନ ଥାଉ, ବସ ରେ ବ୍ରେକ ଥାଉ ବା ନ ଥାଉ, ଆବଶ୍ୟକ ଅନୁଯାଇ ତେଲ  ଫୁଏଲ ଥାଉ ବା ନ ଥାଉ କିନ୍ତୁ ବସ ଚାଲିବ ଏହିଭଳି ସାରାରାଜ୍ୟରେ କାମ ଚଳାରେ ଚାଲିଛି ଅଣ କୁଶଳୀ ସୁପରଭାଇଜର ମାନଙ୍କ  ହାତରେ ବର୍ତମାନ ଲକ୍ଷ୍ମୀ ବସର ଭବିଷ୍ୟ। ଗତକାଲି ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ୪୭ ଜଣ ଯାତ୍ରୀ ବାହି ଲକ୍ଷ୍ମୀ ବସ। ଘଟଣା ହେଲା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର। ସଦର ବ୍ଲକ ଠାରୁ ୪୭ ଜଣଙ୍କୁ ନେଇଁ ଶିକରପାଇ ଅଭିମୁଖେ ଯାଉଥିବା ବେଳେ କାଙ୍ଗତୁମା ଘାଟି ଠାରେ ଦୁର୍ଘଟଣା ହଇଥିଲା। କାଙ୍ଗତୁମା ମାଣ୍ଡିବିଶି କହିଲେ ଅତି ଭୟଙ୍କର ଅଙ୍କାବଙ୍କା ଉଠାଣି ଘାଟ ଓ ନେରୋ ରାସ୍ତା। ବାମ ଆଡକୁ ଦୁର୍ଘଟଣା ହୋଇଥିଲେ ବସ ଟି ୧୫୦ ଫୁଟ ତଳକୁ ଖସି ଜାଆନ୍ତା। ଆକଳନ କରୁଥିବେ ୪୭ ଜଣ ଯାତ୍ରୀଙ୍କ ଅବସ୍ଥା ବା କଣ ହୋଇ ଥାଆନ୍ତା ! ବସ ଟି ବ୍ରେକ ଫେଲ ହେବାର ଜାଣି' ଡ୍ରାଇବର ବାବୁଲା ମାଝୀ ବାମ ପାଖ ପାଖ ବିଲରେ ଭର୍ତି କରିବା ଯାଗୁଁ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା। କେବଳ ତିନିଜଣ ଯାତ୍ରୀ ଅଳ୍ପ ଆହାତ ହେବା ବେଳେ ଅଧିକା କାହାର କ୍ଷୟକ୍ଷତି ହୋଇନଥିଲା। ବସ ଚାଳକ କହିବାନୁଯାଇ ସେ ବସ ସୁପରଭାଇଜର ନାରାୟଣ ଦାସଙ୍କୁ ବସ ର ବ୍ରେକ କମଜୋର ଥିବା ଅବଗତ କରିଥିଲେ, ଯେହେତୁ ବସ ଟି ବିପଦ ପୂର୍ଣ୍ଣ ଘାଟ ରାସ୍ତା ଦେଇ ଗତି କରିବ। କିନ୍ତୁ ସୁପରଭାଇଜର ନାରାୟଣ ବାବୁଙ୍କ  ଜାନବାହନ ପ୍ରତି ପୂର୍ଵ ରୁ କୌଣସି ଜ୍ଞାନ ନାହିଁ ସେ ବସ ର ବ୍ରେକ କମଜୋର ଥିବା ଜାଣି ମଧ୍ୟ ଆଡ଼ଜେଷ୍ଟ କରିବାକୁ ଡ୍ରାଇବର କୁ କହିଥିଲେ ବୋଲି ଡ୍ରାଇଭର ବାବୁଲା ପ୍ରକାଶ କରିଛି। ବସ ଦୁର୍ଘଟଣା ସ୍ଥଳ ରେ ତୁରନ୍ତ କାଶୀପୁର ଡ୍ରାଇଭର ସଙ୍ଘର ସଦସ୍ୟ ମାନେ ଏକ ଆମ୍ବୁଲାନ୍ସ ସହ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଯଦି ଏହି ଭଳି ଅଣ କୁଶଳୀ ସୁପରଭାଇଜର ମାନଙ୍କ ଆଦେଶରେ ରାଜ୍ୟରେ ଲକ୍ଷ୍ମୀ ବସ ଚାଲିବ ତେବେ ଲକ୍ଷ୍ମୀ ବସ ର ଭବିଷ୍ୟତ କଣ ହେବ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।