କୁର୍ଲୁପାଲି ସ୍କୁଲ ଗେଟ୍ ସାମ୍ନାରେ ମଇଲାପାଣି ଜମା, ଅସୁବିଧା ର ସମ୍ମୁଖୀନ ଛାତ୍ରଛାତ୍ରୀ
ଝାରବନ୍ଧ, ୧୩ / ୧୦ ( ଗୌରିଶଙ୍କର ପଞ୍ଚଭାୟା ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କୁର୍ଲୁପାଲି ସ୍କୁଲ ଗେଟ୍ ସାମ୍ନାରେ ମଇଲାପାଣି ଜମା ହୋଇ ରହିଅଛି ଅନେକ ଦିନରୁ, ଛାତ୍ର ଛାତ୍ରୀ ମାନେ ସ୍କୁଲ କୁ ଗଲେ ସ୍କୁଲ ରୁ ବାହାରିଲେ ସେହି ମଇଲା ପାଣି କୁ ମାଡ଼ି ଜିବା ଆସିବା ର ଦେଖିବାକୁ ମିଲୁଅଛି ଏମିତି ଚାଲିଥିଲେ ଛାତ୍ର ଛାତ୍ରୀ ମାନଙ୍କର ଜିବା ଆସିବା ମଇଲା ପାଣି ରେ ଜୀବାଣୁ ଭୁତାଣୁ ରେ ଛାତ୍ର ଛାତ୍ରୀ ମାନେ ଆକ୍ରାନ୍ତ ହୋଇ ବିଭିନ୍ନ ରୋଗର ସମ୍ମୁଖୀନ ହେବେ, ଏସବୁ ଦେଖି ଦେଖି କାହିଁକି ଅଣଦେଖା କରୁଛନ୍ତି ସ୍ଥାନୀୟ ପ୍ରଶାସନ ସ୍କୁଲ ର ଶିକ୍ଷକ ଓ ସ୍କୁଲ କମିଟି ସମସ୍ତେ ଏହି ପ୍ରଶ୍ନ ଜନସାଧାରଣ ମହଲରେ ଘୁରି ବୁଲୁଅଛି, ଝାରବନ୍ଧ ବ୍ଲକ ସ୍ଥାନୀୟ ପ୍ରଶାସନ କୁ ଅନୁରୋଧ ଜଥା ସିଘ୍ର ଏହି ସମସ୍ୟାର ସମାଧାନ କରନ୍ତୁ।